ଓଡିଶା

odisha

ETV Bharat / international

ସୀମାରେ ସେନା ମୁତୟନ ଖବରକୁ ପାକିସ୍ତାନର ଖାରଜ - ପିଓକେ ଏବଂ ଗିଲଗିଟ୍ ବାଲଟିସ୍ତାନ ସୀମା

ଚୀନ ସେନାକୁ ସମର୍ଥନ ଦେଉନି ପାକ ସେନା । ସୀମାରେ ମୁତୟନ କରାଯାଇନି ଅତିରିକ୍ତ ୟୁନିଟ । ମିଡିଆରେ ପ୍ରକାଶିତ ଖବର ଗୁଜବ ଏବଂ ଦାୟିତ୍ବହୀନ ବୋଲି ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ସୀମାରେ ସେନା ମୁତୟନ ଖବରକୁ ପାକିସ୍ତାନର ଖାରଜ
ସୀମାରେ ସେନା ମୁତୟନ ଖବରକୁ ପାକିସ୍ତାନର ଖାରଜ

By

Published : Jul 2, 2020, 10:42 PM IST

ଇସଲାମାବାଦ: ଚୀନ ସେନାକୁ ସମର୍ଥନ ଦେଉନି ପାକ୍ ସେନା । ସୀମାରେ ମୁତୟନ କରାଯାଇନି ଅତିରିକ୍ତ ଟ୍ରୁପ୍ସ । ମିଡିଆରେ ପ୍ରକାଶିତ ଖବର ଗୁଜବ ଏବଂ ଦାୟିତ୍ବହୀନ ବୋଲି ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।


ପିଓକେ ଏବଂ ଗିଲଗିଟ୍ ବେଲୁଚିସ୍ତାନ ସୀମାରେ ପାକିସ୍ତାନ ପକ୍ଷରୁ ଅତିରିକ୍ତ 20 ହଜାର ସେନା ମୁତୟନ କରାଯାଇଥିବା ଖବର ପ୍ରକାଶ ପାଇଥିଲା । ଏଲଏସିରେ ଚୀନ୍ ସେନାକୁ ସାହାଯ୍ୟ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ତେବେ ଏହାକୁ ପାକ୍ ସେନା ପକ୍ଷରୁ ଟ୍ବିଟରରେ ଖଣ୍ଡନ କରାଯାଇଛି । ପିଓକେକୁ ବ୍ୟବହାର କରୁନି ଚୀନ୍ ସେନା ଏବଂ ପାକିସ୍ତାନ ସୀମାରେ ଚୀନର କୌଣସି ସେନା ନିୟୋଜିତ ହୋଇନଥିବା ଏହା ସ୍ପଷ୍ଟ କରିଛି ।

ମେଜର ଜେନେରାଲ ବାବର ଇଫତିକାର ଏହା ଉପରେ ସଫେଇ ଦେଇ କହିଛନ୍ତି ଯେ ଚୀନ୍ ସେନା ପାକିସ୍ତାନର ପିଓକେ କିମ୍ବା ଗିଲଗିଟ ବେଲୁଚିସ୍ତାନକୁ ବ୍ୟବହାର କରୁନାହିଁ । ଏହାସହ କୌଣସି ପ୍ରକାର ଅତିରିକ୍ତ ସେନାବାହିନୀ ପାକିସ୍ତାନ ସୀମାରେ ମୁତୟନ କରାଯାଇନାହିଁ । ଏଭଳି ଆସୁଥିବା ସମସ୍ତ ଖବର ଭିତ୍ତିହୀନ, ମିଥ୍ୟା ଏବଂ ଗୁଜବ ।

ପ୍ରକାଶ ଥାଉ କି ପୂର୍ବ ପାକିସ୍ତାନର ଏଲଏସିରେ ଚୀନ ନିଜର ସେନା ବଢାଇବାରେ ଲାଗିଥିବାବେଳେ ବନ୍ଧୁ ରାଷ୍ଟ୍ର ପାକ୍ ଏହାକୁ ସମର୍ଥନ ଦେବାକୁ ସେନା ମୁତୟନ ବୃଦ୍ଧି କରିଛି ବୋଲି ଖବର ମିଡିଆରେ ଚର୍ଚ୍ଚା ହୋଇଥିଲା । ପୂର୍ବରୁ ଭାରତର ବାଲାକୋଟ୍ ଏୟାରଷ୍ଟ୍ରାଇକ ପରେ ସୀମାରେ ପାକିସ୍ତାନ ସେନା ବୃଦ୍ଧି କରିଥିଲା । ତେବେ ଏବେ ସେ ସମୟଠାରୁ ମଧ୍ୟ ଅଧିକ ସେନା ମୁତୟନ କରିଥିବା ଏହି ଖବରରେ ପ୍ରକାଶ ପାଇଥିଲା ।

ABOUT THE AUTHOR

...view details