ଓଡିଶା

odisha

By

Published : Apr 23, 2020, 8:00 PM IST

ETV Bharat / international

କୋରୋନା ସଙ୍କଟ: ପାକିସ୍ତାନକୁ ଆଇଏମଏଫର 1.39 ବିଲିୟନ ଡଲାର ସହାୟତା

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ପାକିସ୍ତାନକୁ 1.39 ବିଲିୟନ ଡଲାରର ଜରୁରୀ ଋଣ ମିଳିଛି ।

Pakistan
Pakistan

ଇସଲାମାବାଦ: କୋରୋନା ସଙ୍କଟ କାଳରେ ପାକିସ୍ତାନ ତ୍ରାହିତ୍ରାହି ଡାକୁଛି । ଏପରିସ୍ଥଳେ ପାକିସ୍ତାନ ପାଇଁ ଖୁସି ଖବର, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ପାକିସ୍ତାନକୁ 1.39 ବିଲିୟନ ଡଲାରର ଜରୁରୀ ଋଣ ମିଳିଛି ।

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର 12 ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ଏକ ମାସର ବୃଦ୍ଧି ତୁଳନା 1.39 ବିଲିୟନ ଡ଼ଲାରରେ ପହଞ୍ଚିଛି। ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିପି) ଟ୍ବିଟରରେ ଲେଖିଛନ୍ତି ଯେ ତ୍ବରିତ ଆର୍ଥିକ ବ୍ୟବସ୍ଥା (ଆରଏଫଆଇ) ଅଧୀନରେ ଆଇଏମଏଫରୁ ଏସବିପି 1.39 ବିଲିୟନ ଡଲାର ପାଇଛି।

କୋରୋନାଭାଇରସ୍ ସଙ୍କଟ କାରଣରୁ ଆର୍ଥିକ ମନ୍ଥରତା ହେତୁ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସଂଶୋଧନ କରିବା ପାଇଁ ପାକିସ୍ତାନକୁ ଏହି ଋଣ ଦିଆଯାଇଛି। ଏହି ଋଣ ପାକିସ୍ତାନୀ ଟଙ୍କାକୁ ଆମେରିକୀୟ ଡଲାର ତୁଳନାରେ ଆଗେଇ ନେବାରେ ସାହାଯ୍ୟ କରିଛି।

@IANS

ABOUT THE AUTHOR

...view details