ଇସଲାମାବାଦ: କାଶ୍ମୀର ଭାରତର ବୋଲି କହିଥିବା ଚାକିରୀରୁ ବିଦା ହେଲେ ଦୁଇ ପାକିସ୍ତାନୀ ସମ୍ବାଦିକ । ପାକିସ୍ତାନର ସରକାରୀ ଟିଭି ଚ୍ୟାନେଲ ପିଟିଭିରେ ଏହି ଦୁଇ ସାମ୍ବାଦିକ କାର୍ଯ୍ୟରତ ଥିଲେ । ଜୁନ୍ 6ରେ ପାକିସ୍ତାନର ଏହି ଦୁଇ ସାମ୍ବାଦିକ ଏଭଳି ମତ ରଖିବା ପରେ 8 ତାରିଖରେ ଏହାକୁ ନେଇ ପାକିସ୍ତାନ ସଂସଦରେ ହୋ ହାଲ୍ଲା ହୋଇଥିଲା ।
କାଶ୍ମୀର ଭାରତର କହି ବିଦା ହେଲେ ଦୁଇ ପାକସ୍ତାନୀ ସାମ୍ବାଦିକ - pakistan ptv news fires 2 journalists
ପାକିସ୍ତାନର ସରକାରୀ ଟିଭି ଚ୍ୟାନେଲ ପିଟିଭିରେ କାର୍ଯ୍ୟରତ ଦୁଇ ସାମ୍ବାଦିକଙ୍କୁ ବିଦା କଲେ ସୂଚନା ପ୍ରସାରଣ ମନ୍ତ୍ରୀ । କାଶ୍ମୀର ଭାରତର ବୋଲି କହିଥିବା ପାକିସ୍ତାନର ବିଦା ହେଲେ ଏହି ଦୁଇ ସାମ୍ବାଦିକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଶ୍ମୀର ଭାରତର କହି ବିଦା ହେଲେ ଦୁଇ ପାକ୍ ସାମ୍ବାଦିକ
ଏହାପରେ ସିନେଟର ଅଧ୍ୟକ୍ଷ ସାଦିକ ସଂଜରାନୀ ସୂଚନା ପ୍ରସାରଣ ମନ୍ତ୍ରୀଙ୍କୁ ଏବାବଦରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏହାପରେ ପିଟିଭି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସଫେଇ ଦେଇଥିଲା । ଶେଷରେ ଜୁନ୍ 10 ତାରିଖରେ ପିଟିଭି ଦୁଇ ସାମ୍ବାଦିକଙ୍କୁ ବହିଷ୍କାର କରିଛି ।
ତେବେ ପିଟିଭି ଦୁଇ ସାମ୍ୱାଦିକଙ୍କ ନାମ ପ୍ରକାଶ କରି ନାହିଁ। ଏହା ପୂର୍ବରୁ ପାକିସ୍ତାନର ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଫାଓ୍ୱାଦ ଚୌଧୁରୀ ଏବଂ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।