ଓଡିଶା

odisha

ETV Bharat / international

ଇମ୍ରାନଙ୍କ 7 ସହଯୋଗୀଙ୍କ ନିକଟରେ ଅଛି 2 ଦେଶର ନାଗରିକତ୍ବ - ନାଗରିକତ୍ବ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ 7 ଜଣ ସହଯୋଗୀଙ୍କ ପାଖରେ ରହିଛି 2ଟି ଦେଶର ନାଗରିକତ୍ବ । ସେମାନଙ୍କ ପାଖରେ ଦ୍ବିତୀୟ ନାଗରିକତା କିମ୍ବା ଅନ୍ୟ ଦେଶରେ ସ୍ଥାୟୀ ବାସ କରିବାର ଅଧିକାର ରହିଛି ବୋଲି ଜଣାପଡିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ
ପାକିସ୍ତାନ ପ୍ରଧାନମନ୍ତ୍ରୀ

By

Published : Jul 20, 2020, 2:12 PM IST

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ 7 ଜଣ ସହଯୋଗୀଙ୍କ ପାଖରେ ରହିଛି 2ଟି ଦେଶର ନାଗରିକତ୍ବ । ସେମାନଙ୍କ ପାଖରେ ଦ୍ବିତୀୟ ନାଗରିକତା କିମ୍ବା ଅନ୍ୟ ଦେଶରେ ସ୍ଥାୟୀ ବାସ କରିବାର ଅଧିକାର ରହିଛି ବୋଲି ଜଣାପଡିଛି । ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ତ 15 ଜଣ ବିଶେଷ ସହାୟକଙ୍କ ସମ୍ପତ୍ତି ଏବଂ ନାଗରିକତ୍ୱକୁ ସାର୍ବଜନୀନ କରିଛନ୍ତି । ଯେଉଁଥିରେ ଏହା ଜାଣିବାକୁ ମିଳିଛି ।

ସେମାନଙ୍କଙ୍କ ସମ୍ପତ୍ତି ଏବଂ ନାଗରିକତ୍ୱର ବିବରଣୀ କ୍ୟାବିନେଟ ଡିଭିଜନ ୱେବସାଇଟରେ ପୋଷ୍ଟ କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ଏହି ସୂଚନା ସାର୍ବଜନୀନ କରାଯାଇଛି ବୋଲି ସୂଚନା ମନ୍ତ୍ରୀ ଶିବଲି ଫାରାଜ ଟ୍ୱିଟ କରିଛନ୍ତି।

ତେବେ ଏହି ତାଲିକାରେ ଅର୍ଥ ଓ ରାଜସ୍ୱ ବ୍ୟାପାରରେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଅବଦୁଲ ହାଫିଜ ଶେଖ ଏବଂ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ ଅନ୍ତର୍ଭୁକ୍ତ ନାହାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ନିକଟତର ଲୋକଙ୍କ ସମ୍ପତ୍ତି ଘୋଷଣା କରିବାକୁ ସମାଲୋଚନା ତଥା ଚାପ ପଡିବା ପରେ ଇମ୍ରାନ ଏହି ପଦକ୍ଷେପ ନେଇଛନ୍ତି ।

ଏହି 7 ଜଣଙ୍କ ମଧ୍ୟରେ ସୟଦ ଜୁଲଫିକର ବୁଖାରୀ (ୟୁକେ), ନାଦିମ ଅଫଜଲ ଗୋଣ୍ଡାଲ (କାନାଡା), ନାଦିମ ବାବର (ଯୁକ୍ତରାଷ୍ଟ୍ର), ମୋଇଦ ୱସିମ ୟୁସୁଫ (ଯୁକ୍ତରାଷ୍ଟ୍ର), ଶେହଜାଦ ସୟଦ କାସୀମ (ଯୁକ୍ତରାଷ୍ଟ୍ର) ଏବଂ ତାନିଆ ଆଦ୍ରାସ (ଜନ୍ମ ଅନୁଯାୟୀ କାନାଡିୟ ଏବଂ ସିଙ୍ଗାପୁର) ଙ୍କ ନିକଟରେ ଉଭୟ ପାକିସ୍ତାନ ଏଂ ଅନ୍ୟ ଦେଶର ସ୍ଥାୟୀ ନାଗରିକତ୍ବର ଅଧିକାର ରହିଛି ।

ABOUT THE AUTHOR

...view details