ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିଚାର ନେଇ ଆସନ୍ତା ଶୁକ୍ରବାର (ମାର୍ଚ୍ଚ 25) National Assembly ବୈଠକ ଡକାଯିବ।
Pakistan no-confidence motion: 25ରେ ହେବ ସଂସଦୀୟ ବୈଠକ - ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିଚାର ନେଇ ଆସନ୍ତା ଶୁକ୍ରବାର (ମାର୍ଚ୍ଚ 25) National Assembly ବୈଠକ ଡକାଯିବ। ଅଧିକ ପଢ଼ନ୍ତୁ
2018 ମସିହାରେ ଇମ୍ରାନ ପ୍ରଧାନମନ୍ତ୍ରୀ ଗାଦି ଅକ୍ତିଆର କରିଥିଲେ। ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଏହା ତାଙ୍କ ପାଇଁ ଏକ କଠିନ ରାଜନୈତିକ ପରୀକ୍ଷା ହେବ। ଗତ ରବିବାର ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଇମ୍ରାନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଚାର ନେଇ ଆସନ୍ତା ଶୁକ୍ରବାର ଏକ ଅଧିବେଶନ ଡକାଇବାକୁ ଘୋଷଣା କରିଛନ୍ତି। ଗତ ମାର୍ଚ୍ଚ 8 ରେ Pakistan Muslim League Nawaz ଏବଂ pakistan peoples partyର ପ୍ରାୟ 100 ଜଣ ସାଂସଦଙ୍କ ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି। ଉକ୍ତ ଦଳର ଅଭିଯୋଗ ଅନୁଯାୟୀ, ପାକିସ୍ତାନର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତି ପାଇଁ ଇମ୍ରାନଙ୍କ ନେତୃତ୍ବାଧୀନ ପାକିସ୍ତାନ tehreek e insaf (PTI) ସରକାର ହିଁ ଦାୟୀ।
ରାଷ୍ଟ୍ରୀୟ ବିଧାନସଭା ସଚିବାଳୟ ରବିବାର ଦିନ ଏକ ବିଜ୍ଞପ୍ତି ଜାରି କରି ଗୁରୁତ୍ବପୂର୍ଣ୍ଣ ଅଧିବେଶନ ନେଇ ମତ ସ୍ପଷ୍ଟ କରିଛି। ଆଇନଗତ ଆବଶ୍ୟକତା ଅନୁଯାୟୀ ମାର୍ଚ୍ଚ 21 ସୁଦ୍ଧା ଅଧିବେଶନ ଡକାଇବାକୁ ବିରୋଧୀ ଦଳ ଦାବି କରିଥିଲେ। ମାତ୍ର ଅଧିବେଶନ ଶୁକ୍ରବାର ଦିନ 11 ଟାରୁ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହା ବିଧାନସଭାର 41 ତମ ଅଧିବେଶନ ହେବ। ଅନାସ୍ଥା ପ୍ରସ୍ତାବ ଆଗତ ହେବାର 14 ଦିନ ମଧ୍ୟରେ ଅଧିବେଶନ ଡକାଯିବା ଉଚିତ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ବିଶେଷ ପରିସ୍ଥିତି ଯୋଗୁଁ ଏହା ବିଳମ୍ବ ହୋଇପାରେ ବୋଲି ଗୃହମନ୍ତ୍ରୀ ଶେଖ ରସିଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।