ଓଡିଶା

odisha

ETV Bharat / international

FATF ବ୍ଲାକଲିଷ୍ଟରେ ପାକିସ୍ତାନ, ଆତଙ୍କୀଙ୍କୁ ଏବେବି ଯୋଗାଉଛି ପାଣ୍ଠି ! - ପାକିସ୍ଥାନ

ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟରେ ପକାଇଛି। ପୂର୍ବରୁ ହିଁ ଗ୍ରେ ସୂଚିରେ ଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଏସିଆ ପ୍ରଶାନ୍ତ ସମୂହ ବ୍ଲାକ୍‌ଲିଷ୍ଟରେ ପକାଇବା ଫଳରେ  ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଏଫ୍‌ଟିଏଫ୍‌ ବୈଠକରେ ପାକିସ୍ତାନ ସମ୍ପୁର୍ଣ୍ଣ ରୂପରେ ବ୍ଲାକ ଲିଷ୍ଟ ହେବାର ଆଶଙ୍କା ବୃଦ୍ଧି ପାଇଛି ।

ଫାଇଲ ଫଟୋ

By

Published : Aug 23, 2019, 6:08 PM IST

ଇସଲାମାବାଦ: ପୂର୍ବରୁ ହିଁ ଆର୍ଥିକ ସମସ୍ୟା ଘେରରେ ଥିବା ପାକିସ୍ତାନକୁ ଶୁକ୍ରବାର ଜୋରଦାର ଝଟକା ଲାଗିଛି । ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ଏସିଆ ପ୍ରଶାନ୍ତ ସମୂହ ପାକିସ୍ତାନକୁ କରିଛି ବ୍ଲାକ୍‌ଲିଷ୍ଟରେ ପକାଇଛି। ପୂର୍ବରୁ ହିଁ ଗ୍ରେ ସୂଚିରେ ଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଏସିଆ ପ୍ରଶାନ୍ତ ସମୂହ ବ୍ଲାକ୍‌ଲିଷ୍ଟରେ ପକାଇବା ଫଳରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଏଫ୍‌ଟିଏଫ୍‌ ବୈଠକରେ ପାକିସ୍ତାନର ସମ୍ପୁର୍ଣ୍ଣ ରୂପରେ ବ୍ଲାକ ଲିଷ୍ଟ ହେବାର ଆଶଙ୍କା ବୃଦ୍ଧି ପାଇଛି ।

ଅଷ୍ଟ୍ରେଲିଆର କେନବରାରେ ବସିଥିବା ଏଫ୍‌ଏଟିଏଫ୍‌ର ଏସିଆ ପ୍ରଶାନ୍ତ ସମୂହ(ଏପିଜି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏପିଜି ଏଫ୍‌ଏଟିଏଫ୍‌ର ଏସିଆ ସହ ଜଡିତ ମାମଲା ଉପରେ ନଜର ରଖୁଥିବା ସଂଗଠନ ଅଟେ । ତେବେ ପାକିସ୍ତାନ ମନି ଲଣ୍ଡ୍ରିଂ ଏବଂ ଟେରର ଫଣ୍ଡି ଅଟକାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ମନି ଲଣ୍ଡ୍ରିଂ ଏବଂ ଟେରର ଫଣ୍ଡି ମାମଲାରେ ୪୦ ମଧ୍ୟରୁ ୩୨ଟି ନିୟମ ପାଳନ କରିବାରେ ପାକିସ୍ତାନ ବିଫଳ ହୋଇଥିବା ଯୋଗୁଁ ଏପିଜି ଏଭଳି ନିଷ୍ପତ୍ତି ନେଇଛି ।

ତେବେ ବ୍ଲାକ ଲିଷ୍ଟରେ ସାମିଲ ହେବା ପରେ ପାକିସ୍ତାନକୁ ଋଣ ମିଳିବା କଷ୍ଟକର ହୋଇଯିବ । ପାକିସ୍ତାନର ଆର୍ଥିକ ସ୍ଥିତି ପୂର୍ବରୁ ହିଁ ଖରାପ ରହିଥିବା ବେଳେ ବ୍ଲାକ ଲିଷ୍ଟ ହେବାପରେ ତାକୁ ଆଇଏମ୍‌ଏଫ, ବିଶ୍ବ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ଭଳି ବହୁପକ୍ଷିୟ ଋଣଦାତା ପାକିସ୍ତାନର ଗ୍ରେଡିଂ କମ୍‌ କରିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details