ଓଡିଶା

odisha

ETV Bharat / international

ସନ୍ଦେହରେ ମାସୁଦର ମୃତ୍ୟୁ: କ୍ୟାମ୍ପ ପଠାଇଲା ପାକ୍‌ ସେନା, ଜୈସର ଦାବି ଜୀବିତ - army hospital pakistan

ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈସ-ଇ-ମହମ୍ମଦର ମୁଖ୍ୟ ନିହତ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଗୁଇନ୍ଦା ସୂଚନାନୁସାରେ କ୍ୟାନ୍ସରରେ ପୀଡିତ ହୋଇ ମାସୁଦର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା ଜଣାପଡିଛି । ଏହାସହ ଗତ ଦୁଇ ଦିନ ହେଲା ମାସୁଦର ମୃତ୍ୟୁ ହୋଇଛି ବୋଲି ଖବର ପ୍ରକାଶ ପାଇଛି । ମାତ୍ର ଏହାର ସତ୍ୟତା ନେଇ କୌଣସି ସୂଚନା ନାହିଁ।

ଡିଜାଇନ ଫଟୋ

By

Published : Mar 4, 2019, 1:23 PM IST

ଇସଲାମାବାଦ: ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ମୃତ୍ୟୁକୁ ନେଇ ଏବେ ମଧ୍ୟ ସନ୍ଦେହ ଜାରି ରହିଛି । ତେବେ ମାସୁଦ ଜୀବିତ ଅଛି ବୋଲି ଜୈସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି । ଅନ୍ୟପକ୍ଷରେ ରିପୋର୍ଟ ଅନୁସାରେ ମାସୁଦକୁ ସେନା ହସ୍ପିଟାଲରୁ ଜୈସ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଖବର ରହିଛି ।

ସୂଚନାଯୋଗ୍ୟ ଯେ ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈସ-ଇ-ମହମ୍ମଦର ମୁଖ୍ୟ ନିହତ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଗୁଇନ୍ଦା ସୂଚନାନୁସାରେ କ୍ୟାନ୍ସରରେ ପୀଡିତ ହୋଇ ମାସୁଦର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା ଜଣାପଡିଛି । ଏହାସହ ଗତ ଦୁଇ ଦିନ ହେଲା ମାସୁଦର ମୃତ୍ୟୁ ହୋଇଛି ବୋଲି ଖବର ପ୍ରକାଶ ପାଇଛି । ମାତ୍ର ଏହାର ସତ୍ୟତା ନେଇ କୌଣସି ସୂଚନା ନାହିଁ ।

ନିକଟରେ ଏକ ସାକ୍ଷାତକାରରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଆଝାର ଅସୁସ୍ଥ ଥିବା ନେଇ କହିଥିଲେ । ଏହାସହ ସୂଚନା ମିଳିଥିଲା ଯେ ସେ ରାୱଲପିଣ୍ଡି ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତହେଉଛି । ତେବେ ମାସୁଦର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରବିବାର ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାକୁ ଖଣ୍ଡନ କରିଥିଲା ପାକିସ୍ତାନ ।

ତେବେ ଏକ ବିଶ୍ବସ୍ତ ସୂଚନାନୁସାରେ ଜଣାପଡିଛି ଯେ ମାସୁଦ ଜୀବିତ ଅଛି । ରବିବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟରେ ସମୟରେ ପାକିସ୍ତାନ ସେନା ତାକୁ ରାୱଲପିଣ୍ଡି ସେନା ହସ୍ପିଟାଲରୁ ବାହାବଲପୁର ଅଞ୍ଚଳର ଗୋଥ ଘାନ୍ନି ଠାରେ ଥିବା ଜୈସ କ୍ୟାମ୍ପକୁ ସ୍ଥାନାନ୍ତର କରିଛି । ଗୋଟିଏ ପଟେ ମାସୁଦ ମୃତ ବୋଲି ଖବରକୁ ପାକ୍‌ ସରକାର ଅସ୍ବୀକାର କରିନଥିବାବେଳେ ଅନ୍ୟପଟେ ଚୁପଚାପ ତାହାର ଚିକିତ୍ସା ଚଲାଇଛନ୍ତି । ଏହା ପାକ୍‌ର ଆଉ ଏକ ଚାଲ ବୋଲି ଜଣାପଡୁଛି ।

ତେବେ ମାସୁଦ ସ୍ଥାନାନ୍ତର ହୋଇଛି ବୋଲି ଖବର ମିଳିବାର ଅଳ୍ପ ସମୟ ପରେ ଜୈସ ପକ୍ଷରୁ ଏକ ବିବୃତି ଜାରି ହୋଇଥିଲା । ଏଥିରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମାଲୋଚନା କରାଯାଇଥିଲା । ଏଥିରେ କୁହାଯାଇଛି ଯେ ଭାରତ ଏବଂ ଅନ୍ତର୍ଜାତୀୟ ସମୁଦାୟ ଚାପରେ ସରକାର ମୁଣ୍ଡ ନୁଆଁଇଛନ୍ତି । ପ୍ରକୃତରେ ମାସୁଦ ଜୀବିତ ଅଛି ଓ ସେ ସୁସ୍ଥ ଅଛି ବୋଲି ଏହି ବିବୃତିରେ ପ୍ରକାଶ ପାଇଛି । ଏହା ସହ ମିଛ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ସଙ୍ଗଠନ ପକ୍ଷରୁ ଧମକ ମିଳିଛି ।

ABOUT THE AUTHOR

...view details