ଇସଲାମାବାଦ: ଆତଙ୍କବାଦୀଙ୍କ ସହ ନଜର ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ସରକାରରେ ଥିବା ଗୃହମନ୍ତ୍ରୀ ଆଜାଜ ଅହମ୍ମଦ ଶାହ । ଏହାପରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଏକ ନାଟକ ବୋଲି ବିଭନ୍ନ ମହଲରୁ ନିନ୍ଦା କରାଯାଉଛି ।
ଆତଙ୍କବାଦକୁ ସମର୍ଥନ କରୁଛି ଇମ୍ରାନ ସରକାର ! - pakistan
ଆତଙ୍କବାଦୀଙ୍କ ସହ ନଜର ଆସିଲେ ପାକିସ୍ତାନ ଗୃହମନ୍ତ୍ରୀ । ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରୁ ନିନ୍ଦା ।
ଫାଇଲ ଫଟୋ
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗୃହମନ୍ତ୍ରୀ କୁଖ୍ୟାତ ଆତଙ୍କବାଦୀ ଖାଦିମ ରିଜବୀ ସହିତ ନଜର ଆସିଛନ୍ତି । ଖାଦିମ ନିଜ ହାତରେ ଏକେ-47 ଧରିଥିବାବେଳେ ତାର ସମର୍ଥକ ତାକୁ ଘେରିହୋଇ ଠିଆହୋଇଥିବା ଦେଖିବାକୁ ମିଳିଛି । ତେବେ ଖାଦିମ ରିଜବୀ ହେଉଛି ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ଲବୈକର ପ୍ରମୁଖ ।
ତେବେ ଗୃହମନ୍ତ୍ରୀ ଆଜାଜ ଅହମ୍ମଦ ଶାହଙ୍କ ସହ ଆତଙ୍କବାଦୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ପାକିସ୍ତାନର ଆତଙ୍କବାଦୀ ବିରୋଧ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛିଯେ, ଏଜାଜ ନିର୍ବାଚନରେ ଆତଙ୍କବାଦୀଙ୍କ ସମର୍ଥନ ପାଇବା ପାଇଁ ଖାଦିମକୁ ଭେଟିବାକୁ ଯାଇଥିଲେ ।