ଇସଲାମାବାଦ: ସାମାନ୍ୟ ବର୍ଷା ଓ ବଜ୍ରପାତରେ ଶନିବାର ପାକିସ୍ତାନ ସ୍ଥିତ କରତାରପୁର ସାହିବ ଗୁରୁଦ୍ବାରର ଆଠଟି ଗମ୍ବୁଜ ଭୁଷୁଡି ପଡିଛି । ଫଳରେ ଗୁରୁଦ୍ବାର ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଦୁଇ ବର୍ଷ ପୂର୍ବେ 2018 ରେ ନିର୍ମିତ ହୋଇଥିଲା ଏହି ଗୁରୁଦ୍ବାର । ପାକିସ୍ତାନର ଶିଖ ସମ୍ପ୍ରଦାୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଗମ୍ବୁଜ ନିର୍ମାଣରେ ସିମେଣ୍ଟ, ଲୁହା ଏବଂ କଂକ୍ରିଟ୍ ବ୍ୟବହାର କରାଯାଇ ନାହିଁ | ଏହି ଗମ୍ବୁଜଗୁଡ଼ିକ ଫାଇବରରେ ତିଆରି ହୋଇଥିଲା | ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଫାଇବର ମଧ୍ୟ ଅତ୍ୟନ୍ତ ନିମ୍ନାମାନର ଥିଲା ସାମାନ୍ୟ ଝଡରେ ଖସି ପଡିଥିବା କୁହାଯାଉଛି ।