ଇସଲାମାବାଦ: ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ହିଁ ଲକଡାଉନ ସମୟ ସୀମା ବଢାଇଛି ପାକିସ୍ତାନ । ଏଥିସହ ସମସ୍ତ ଡୋମେଷ୍ଟିକ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ବି ବାତିଲ କରିଛି ପାକ୍ । ଶୁକ୍ରବାର ଇମ୍ରାନ ସରକାର ଏନେଇ ବିଧିବଦ୍ଧ ଘୋଷଣା କରି କହିଛନ୍ତି କି ଆସନ୍ତା ଏପ୍ରିଲ 30 ଯାଏଁ ଲକଡାଉନକୁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ବିମାନ ସେବା ପୂର୍ବପରି ବାତିଲ ରହିବ ।
ଏପ୍ରିଲ 21 ଯାଏଁ ପାକିସ୍ତାନରେ ବିମାନ ସେବା ବାତିଲ - କୋରୋନା ଅପଡେଟ
ଶୁକ୍ରବାର ଇମ୍ରାନ ସରକାର ବିଧିବଦ୍ଧ ଘୋଷଣା କରି କହିଛନ୍ତି କି ଆସନ୍ତା ଏପ୍ରିଲ 30 ଯାଏଁ ଲକଡାଉନକୁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ବିମାନ ସେବା ପୂର୍ବପରି ବାତିଲ ରହିବ ।

ବର୍ତ୍ତମାନ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4601ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁଛି 66 । ପରିସ୍ଥିତି ଦିନକୁ ଦିନ ଅସମ୍ଭାଳ ହୋଇ ପଡୁଥିବାରୁ ଏହି ଲକଡାଉନ ସମୟ ସୀମା ବଢାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ । ସେ ଦେଶରେ କୋରୋନା ସ୍ଥିତିକୁ ନେଇ ସୂଚନା ଦେଇ କହିଛନ୍ତି କି ଦେଶରେ ବର୍ତ୍ତମାନ 727 ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହ 45 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।
ତେବେ ପାକିସ୍ତାନରେ ଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ 2270 ଜଣ ପଞ୍ଜାବ ପ୍ରାନ୍ତ, ସିନ୍ଧରେ 1128, ଖାୟବର-ପଖତୁଙ୍ଖୱା (କେପି)ରେ 620, ବାଲୋଚିସ୍ତାନରେ 219, ଗିଲଗିଟ-ବାଲୁଚିସ୍ତାନ (ଜିବି)ରେ 215, ଇସଲାମାବାଦରେ 107 ଓ ପାକିସ୍ତାନ ଅଧିକୃତ କଶ୍ମୀରରେ 33 ଜଣ ଚିହ୍ନଟ ହୋଇଛନ୍ତି ।