ଇସଲାମାବାଦ: ଗୋଟିଏ ପଟେ ସାରା ବିଶ୍ବରେ ଚୀନର ଜୀବନନାଶକ କୋରୋନା ଭାଇରସର ଆତଙ୍କ ଜାରି ରହିଥିବା ବେଳେ ପାକିସ୍ତାନରେ ପଙ୍ଗପାଳ ଆତଙ୍କ ଜାରି ରହିଛି । କୋରୋନା ଭାଇରସକୁ ନେଇ ଡବ୍ଲୁଏଚଓ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିବା ବେଳେ ପଙ୍ଗପାଳ ଆକ୍ରମଣରେ ଅତିଷ୍ଟ ପାକିସ୍ତାନ ଜାତୀୟ ଜୁରରୀକାଳିନ ପରିସ୍ଥିତି ଘୋଷଣା କରିଛି। ଶନିବାର ଇମ୍ରାନ ଖାନ୍ଙ୍କ ସରକାର ଦେଶରେ ପଙ୍ଗପାଳ ଜନିତ ଫସଲ କ୍ଷୟକ୍ଷତିକୁ ଦେଶର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।
ପଙ୍ଗପାଳ ଆଗରେ ନାଚାର ପାକିସ୍ତାନ, ଦେଶରେ ଜରୁରୀ ପରିସ୍ଥିତି ଘୋଷଣା - ପାକିସ୍ତାନରେ ପଙ୍ଗପାଳ ଆକ୍ରମଣ
କୋରୋନା ଭାଇରସକୁ ନେଇ ଡବ୍ଲୁଏଚଓ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିବା ବେଳେ ପଙ୍ଗପାଳ ଆକ୍ରମଣରେ ଅତିଷ୍ଠ ପାକିସ୍ତାନ ଜାତୀୟ ଜୁରରୀକାଳିନ ପରିସ୍ଥିତି ଘୋଷଣା କରିଛି। ଶନିବାର ଇମ୍ରାନ ଖାନ୍ଙ୍କ ସରକାର ଦେଶରେ ପଙ୍ଗପାଳଜନିତ ଫସଲ କ୍ଷୟକ୍ଷତିକୁ ଦେଶର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଅଧିକ ପଢନ୍ତୁ...
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଦେଶର ଅର୍ଦ୍ଧାଧିକ କୃଷି ଉତ୍ପାଦ ଉତ୍ପାଦିତ କରିଥାଏ । ଲଗାତାର କିଛି ବର୍ଷ ହେଲା ପଙ୍ଗପାଳଙ୍କ ଆକ୍ରମଣରେ ପଞ୍ଜାବରେ କୃଷି କ୍ଷେତ୍ର ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି । ଚଳିତ ବର୍ଷ ପଙ୍ଗପାଳଙ୍କ ଆକ୍ରମଣ ଚରମସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକରେ ଏହି ସମସ୍ୟା ସହ ଲଢିବା ପାଇଁ ନ୍ୟାସନାଲ ଆକ୍ସନ ପ୍ଲାନ(ଏନଏପି) ଗଠନ ପାଇଁ ସ୍ବୀକୃତି ଦେଇଛନ୍ତି । ଏଥିପାଇଁ 7.3 ଆରବ ଡଲାର(ଭାରତୀୟ ମୁଦ୍ରାରେ 73ଲକ୍ଷ ଟଙ୍କା)ର ଆବଶ୍ୟକତା ରହିଛି । ଏହି ବୈଠକରେ ସଂଘୀୟ ମନ୍ତ୍ରୀ ଓ ଚାରିଟି ପଙ୍ଗପାଳ ଜନିତ ସମସ୍ୟାରେ ଜର୍ଜରିତ ପ୍ରାନ୍ତର ବରିଷ୍ଠ ଅଧିକାରୀ ସାମିଲ ରହିଛନ୍ତି ।
ପାକିସ୍ତାନ ପିପୁଲ୍ସ ପାର୍ଟିର ନବାବ ୟୁସୁଫ ତାଲପୁର କହିଛନ୍ତି ଯେ ବର୍ଷ 1993ରେ ପଙ୍ଗପାଳ ଜନିତ ଭୟଙ୍କର ଆକ୍ରମଣ ସ୍ଥିତିକୁ ମାତ୍ର 4 ଦିନ ଭିତରେ ଆୟତ୍ତ କରାଯାଇଥିଲା ।