ଓଡିଶା

odisha

ETV Bharat / international

ପାକିସ୍ତାନରେ ଖୋଲିବ ମଲ୍‌, ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି - କୋରୋନା ଲକଡାଉନ

ପାକିସ୍ତାନର ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦ ଦେଶରେ ସମସ୍ତ ମଲ ଖୋଲିବା ପାଇଁ ସୋମବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦେଶରେ କୋରୋନା ସ୍ଥିତି ସେତେ ଭଲ ନଥିବା ସତ୍ତ୍ବେ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

corona in pakistan, coronavirus news, corona lockdown, malls to reopen in pakistan, ପାକିସ୍ତାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଲକଡାଉନ, ପାକିସ୍ତାନରେ ଖୋଲିବ ମଲ୍‌
ପାକିସ୍ତାନରେ ଖୋଲିବ ମଲ୍‌, ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି

By

Published : May 18, 2020, 10:55 PM IST

ଇସଲାମାବାଦ: ପାକିସ୍ତାନର ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦ ଦେଶରେ ସମସ୍ତ ମଲ ଖୋଲିବା ପାଇଁ ସୋମବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦେଶରେ କୋରୋନା ସ୍ଥିତି ସେତେ ଭଲ ନଥିବା ସତ୍ତ୍ବେ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । କୋରୋନା ସଂକ୍ରମଣ ସମୟରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରିବା ସମୟରେ ସେ ମଲ ବନ୍ଦ ରଖିବା ପଛର କାରଣ ପଚାରିଥିଲେ ।

ଏହାକୁ ଯୁକ୍ତି ସଙ୍ଗତ ନୁହେଁ ବୋଲି ଦର୍ଶାଇ ପରେ ସେ ଦେଶର ସମସ୍ତ ମଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଶନିବାର ଓ ରବିବାର ମଧ୍ୟ ଦେଶରେ ଦୋକାନ ବଜାର ଖୋଲିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ସପ୍ତାହକୁ 4ଦିନ ଦୋକାନ ବଜାର ଖୋଲୁଥିବା ବେଳେ ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି ମୁଖ୍ୟ ବିଚାରପତି ଗୁଲଜାର ।

ସେ କହିଛନ୍ତି କି ଯଦି ସପ୍ତାହରେ ଚାରି ଦିନ ଦୋକାନ ବଜାର ଖୋଲା ରୁହେ, ତେବେ ଶନିବାର, ରବିବାର ଦୋକାନ ବନ୍ଦ କରିବା ଦ୍ବାରା କ’ଣ ଦେଶରୁ କୋରୋନା ମହାମାରୀ ଚାଲିଯିବ ? ସେ ଏହା ମଧ୍ୟ ପଛର କାରଣ ମଧ୍ୟ ପଚାରିଥିଲେ । ଶୁଣାଣି ଆରମ୍ଭରେ କେବଳ ସିନ୍ଧ ପ୍ରାନ୍ତରେ ପ୍ରତ୍ୟେହ ଦୋକାନ ବଜାର ଖୋଲିବାର ଅନୁମତି ଦିଆଯାଇଥିବା ବେଳେ ପରେ ମୁଖ୍ୟ ବିଚାରପତି ଏହାକୁ ସାରା ଦେଶରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଲିଖିତ ଆକାରରେ ନୋଟିସ ଜାରି କରାଯାଇଥିବା ମଧ୍ୟ ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ କୋରୋନା ସଂକ୍ରମଣରେ 41,363 ଜଣ ଆକ୍ରାନ୍ତ ହୋଇଥିବା ବେଳେ 896 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

@IANS

ABOUT THE AUTHOR

...view details