ଓଡିଶା

odisha

ବଢିଲା ପାକ୍‌ ସେନାମୁଖ୍ୟଙ୍କ କାର୍ଯ୍ୟକାଳ

By

Published : Aug 19, 2019, 7:00 PM IST

ପାକିସ୍ତାନ ସେନାମୁଖ୍ୟ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳକୁ 3 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଦୃଷ୍ଟିରେ ରଖି  ଇମ୍ରାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଇସଲାମାବାଦ: ପାକିସ୍ତାନ ସେନାମୁଖ୍ୟ କମର ଜାଭେଦ ବାଜଓ୍ଵାଙ୍କ କାର୍ଯ୍ୟକାଳ 3 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର ଏନେଇ ମଞ୍ଜୁରୀ ଦେଇଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇମ୍ରାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଅଧିସୂଚନାରେ ଏନେଇ କୁହାଯାଇଛି । ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ଆଗାମୀ ତିନି ବର୍ଷ ପାଇଁ ପୁଣି ଥରେ ସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ଆଦେଶ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ସମାପ୍ତ ହେବା ତାରିଖଠୁ ଲାଗୁ ହେବ । କ୍ଷେତ୍ରୀୟ ସୁରକ୍ଷା ବାତାବରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି ।

ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ପକ୍ଷରେ ନଥିବା କୁହାଯାଉଛି । ବାଜୱାଙ୍କ କାର୍ଯ୍ୟକାଳ କେବଳ 1 ବର୍ଷ ବୃଦ୍ଧି କରିବାକୁ ଇମ୍ରାନ ଚାହୁଁଥିଲେ । କିନ୍ତୁ ତାଙ୍କ ଉପରେ ଚାପ ପକାଯିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜେନେରାଲ ବାଜଓ୍ଵାଙ୍କୁ ୨୦୧୬ ନଭେମ୍ବରରେ ସେନାମୁଖ୍ୟ ଭାବେ ନିଯୁକ୍ତ ଦିଆଯାଇଥିଲା । ଏହି ନିଯୁକ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କରିଥିଲେ । 58 ବର୍ଷିୟ ବାଜୱା ଚଳିତ ବର୍ଷ ଅବସର ନେଇଥାନ୍ତେ ।

ABOUT THE AUTHOR

...view details