ଓଡିଶା

odisha

By

Published : Feb 7, 2020, 9:52 PM IST

ETV Bharat / international

ପାକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ଅପରେସନ ବେଳେ ଦୁର୍ଘଟଣା ଘଟିଛି ।

Pakistan Air Force Mirage aircraft on routine training mission has crashed near Shorkot
ପାକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ପାଇଲଟ

ଇସଲାମବାଦ: ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାକିସ୍ତାନ ପଞ୍ଜାବର ସୋରକୋଟ ସହର ନିକଟରେ ଏକ ଟ୍ରେନିଂ ଅପରେସନ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ପ୍ରଶିକ୍ଷଣ ବିମାନ । ପାଇଲଟ ପାରାଚ୍ୟୁଟ ସାହାଯ୍ୟରେ ନିଜ ଜୀବନ ରକ୍ଷା କରିଛନ୍ତି ।

ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଏନେଇ ପାକ ମୁଖପାତ୍ର ସୂଚନା ଦେଇଛନ୍ତି । ଦୁର୍ଘଟଣାର ତଦନ୍ତ କରିବାକୁ ପାକ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମାସରେ ମଧ୍ୟ ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଏଫଟି-7 ମିଆଁନୱାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ପାଇଲଟ ସ୍କ୍ବାର୍ଡନ ଲିଡର ହରିସ ବିନ ଖଲିଦ ଓ ଫ୍ଲାଇଙ୍ଗ ଅଫିସର ଇବାଦୁର ରେହେମାନ ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details