ଇସଲାମବାଦ: ଇରାନର କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହା ସହିତ ଏହି ଦ୍ବନ୍ଦ୍ବ ଦୂର କରିବା ପାଇଁ ଉଭୟ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି ।
‘ଆମେରିକା-ଇରାନ ତିକ୍ତତାରେ ସାମିଲ ହେବନି ପାକିସ୍ତାନ’
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବରେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହା ସହିତ ଏହି ଦ୍ବନ୍ଦ୍ବ ଦୂର କରିବା ପାଇଁ ଉଭୟ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି ।
ପାକିସ୍ତାନ ଅତୀତରେ ଅନେକ ଥର ଆଞ୍ଚଳିକ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଥିବା ସେ ପ୍ରକାଶ କରିବା ସହ ଏଥିରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି ।
ସେହିପରି ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଇସପର ଏ ସଂପର୍କରେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ମୁଁ ସବୁବେଳେ ଆମ ସହଯୋଗୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି । ଆମେ ସମସ୍ତେ ଇରାନ ସହ ହୋଇଥିବା ଦ୍ବନ୍ଦ୍ବରୁ ମୁକୁଳିବାକୁ ଚାହୁଁଛୁ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହ ସେନା ମୁଖ୍ୟ ଜାଭେଦ ବାଜଓ୍ବା ଏହି ପ୍ରସଙ୍ଗରେ ସହଯୋଗୀ ରାଷ୍ଟ୍ରମାନେ ଆଗେଇ ଆସି କଥାବାର୍ତ୍ତା କରିବା ଦରକାର ବୋଲି କହିଛନ୍ତି ।