ଓଡିଶା

odisha

ETV Bharat / international

ପାକିସ୍ତାନର ଔଧତ୍ୟ, ଅସ୍ତ୍ରବିରତି କରି ଭାରତକୁ ସମନ - ଗୌରବ ଆଲୁୱାଲିଆ

ପାକିସ୍ତାନରେ ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆଲୁୱାଲିଆଙ୍କୁ ସମନ ଜାରି ହୋଇଛି । ସୀମାରେ ଭାରତୀୟ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ସାର୍କ ଓ ଦକ୍ଷିଣ ଏସିଆର ଡିଜି ଜାହିଦ୍ ହଫିଜ୍ ଚୌଧୁରୀ ଭାରତକୁ ବିରୋଧ କରିବା ସହ ଡେପୁଟି ହାଇକମିସନର ଗୌରବଙ୍କୁ ତଲବ କରିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନର ଗାଲୁଆମୀ, ନିଜେ ଅସ୍ତ୍ରବିରତି କରି ଭାରତକୁ ସମନ
ପାକିସ୍ତାନର ଗାଲୁଆମୀ, ନିଜେ ଅସ୍ତ୍ରବିରତି କରି ଭାରତକୁ ସମନ

By

Published : Jun 18, 2020, 10:18 PM IST

ଇସଲାମାବାଦ: ଚୋର ମୁହଁ ଟାଣ । ଏହି ଉକ୍ତି ପାକିସ୍ତାନ ପାଇଁ ପୁରା ପ୍ରଯୁଜ୍ୟ । ଗତ 3 ମାସ ହେବ ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି ପାକ୍ । ନିକଟରେ ଏକ ରିପୋର୍ଟ ଅନୁସାରେ ଏବର୍ଷ ପ୍ରଥମ ଛଅ ମାସରେ ଏହା ସର୍ବାଧିକ ଗୁଳିମାଡ କରିଛି । ହେଲେ ନିଜ ଦୋଷକୁ ଘଉଡାଇ ଭାରତକୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ସମନ ଜାରି କରିଛି ପାକ୍ ।

ଗୁରୁବାର ପାକିସ୍ତାନରେ ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆଲୁୱାଲିଆଙ୍କୁ ସମନ ଜାରି ହୋଇଛି । ସୀମାରେ ଭାରତୀୟ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ସାର୍କ ଓ ଦକ୍ଷିଣ ଏସିଆର ଡିଜି ଜାହିଦ୍ ହଫିଜ୍ ଚୌଧୁରୀ ଭାରତକୁ ବିରୋଧ କରିବା ସହ ଡେପୁଟି ହାଇକମିସନର ଗୌରବଙ୍କୁ ତଲବ କରିଛନ୍ତି । ଭାରତୀୟ ସେନା ପକ୍ଷରୁ ସୀମାରେ ଅକାରଣେ ଗୁଳିମାଡ କରାଯାଇଥିଲା । ଏଥିରେ 4 ଜଣ ଲୋକଙ୍କ ମୃତ୍ୟୁ ସହ ଜଣେ ଗୁରୁତର ହୋଇଛନ୍ତି । ଭାରତ ପକ୍ଷରୁ ସାଧାରଣ ନାଗରିକଙ୍କୁ ଲଗାତାର ଟାର୍ଗେଟ କରି ଆକ୍ରମଣ କରାଯାଉଛି ବୋଲି ହଫିଜ୍ ଅଭିଯୋଗ କରିଥିବା ପାକ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ହଫିଜ୍ କହିଛନ୍ତି ଯେ ଭାରତୀୟ ସେନାର ଦାୟିତ୍ବହୀନ କାର୍ଯ୍ୟାନୁଷ୍ଠାନ ଫଳରେ ସୀମାରେ ଅଶାନ୍ତି ସୃଷ୍ଟି ହୋଇଛି । ଏଲଓସିର ଶାନ୍ତି ଓ ସୁରକ୍ଷା ଉପରେ ବିପଦ ଦେଖାଦେଇଛି । 2003ର ଅସ୍ତ୍ରବିରତି ଚୁକ୍ତିକୁ ଭାରତ ସମ୍ମାନ ଦେଉ ବୋଲି ସେ କହିଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ସୀମାରେ ଲଗାତାର କିଛି ମାସ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ନିକଟରେ ସପ୍ତାହେ ହେବ ପାକ୍ ସେନା ପ୍ରତିଦିନ ସୀମାରେ 3ରୁ 4 ଥର ଗୁଳିମାଡ କରୁଛନ୍ତି । ଏହା ଉପରେ ଏକ ତଥ୍ୟ ଦେଇ ସେନା ପକ୍ଷରୁ କୁହାଯାଇଥିଲା ଯେ ଗତ 6 ମାସରେ ପାକିସ୍ତାନ 2000ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । 2018ରେ ବର୍ଷ ସାରା ଏହାଠାରୁ କମ୍ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ।

ABOUT THE AUTHOR

...view details