ଓଡିଶା

odisha

ପାକ୍ ସଂସଦକୁ କୋରୋନା ଡର: 4 ମୃତ, 18 ଆକ୍ରାନ୍ତ

By

Published : Jun 3, 2020, 8:31 PM IST

ଏକ ସପ୍ତାହ ମଧ୍ୟରେ 4 ଜଣ ସଦସ୍ୟଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ସେହିପରି 18 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ପାକ୍ ସଂସଦକୁ କୋରୋନା ଡର: 4 ମୃତ, 18 ଆକ୍ରାନ୍ତ
ପାକ୍ ସଂସଦକୁ କୋରୋନା ଡର: 4 ମୃତ, 18 ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନରେ କୋରୋନା ପ୍ରକୋପ କବଳରେ କେବଳ ସଧାରଣ ଜନତା ନୁହନ୍ତି ସାଂସଦ ମାନେ ମଧ୍ୟ ପଡିଛନ୍ତି । 4 ଜଣ ସଂସଦର ସଦସ୍ୟ ଏଥିରେ ପ୍ରାଣ ହରାଇଛନ୍ତି । ସେହିପରି 18 ଜଣ ଏବେ ସୁଦ୍ଧା ଆକ୍ରାନ୍ତ ରହିଛନ୍ତି । ତେବେ ସଂସଦରେ ସାଂସଦଙ୍କ ଉପସ୍ଥିତି ଯୋଗୁଁ ଏପରି ସମସ୍ୟା ଦେଖାଦେଇଥିବା ପାକ୍ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ।

ଏକ ସପ୍ତାହ ମଧ୍ୟରେ 4 ଜଣ ସଦସ୍ୟଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ସେହିପରି 18 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଆଞ୍ଚଳିକ ମନ୍ତ୍ରୀ ଥିବା ଜଣାପଡିଛି । ତେବେ ଫୱାଦ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ସମସ୍ତ ସାଂସଦ ଏକାଠି ଉପସ୍ଥିତ ରହିବା ବିପଦଜନକ ହୋଇଛି । ସଂସଦର ଅଧିବେଶନରେ ଏବେ ସମସ୍ତ ସାଂସଦ ଯୋଗ ଦେଇଛନ୍ତି । ଯାହା ଅଧିକ ସମସ୍ୟା ସୃଷ୍ଟି କରିଛି । ଏଥିପାଇଁ ଆହୁରି ଅନେକ ସଦସ୍ୟ ଏହାଦ୍ବାରା ଧିରେ ଧିରେ ଆକ୍ରାନ୍ତ ହେଉଛନ୍ତି ବୋଲି ଫୱାଦ ସୂଚନା ଦେଇଛନ୍ତି ।

ଫୱାଦ କହିଛନ୍ତି ଯେ ଶାରୀରିକ ଭାବେ ଉପସ୍ଥିତ ହେବା ଅବା କୌଣସି ହୋଟେଲରେ ଏକାଠି ହେବା ଅପେକ୍ଷା ଅନଲାଇନରେ ମିଟିଂ ବା ସେସନ କରିବା ଅତ୍ୟନ୍ତ ଜରୁରୀ । ଏହା ଫଳରେ ସାଂସଦଙ୍କ ମଧ୍ୟରେ କୋରୋନା ସଂକ୍ରମଣକୁ ରୋକାଯାଇପାରିବ । ବର୍ତ୍ତମାନ ଦେଶର ଅବସ୍ଥା ସାଙ୍ଘାତିକ ପରିସ୍ଥିତିରେ ଥିବାବେଳେ ସାଂସଦଙ୍କ ମୃତ୍ୟୁ ଓ ଆକ୍ରାନ୍ତ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି । ପ୍ରକାଶ ଥାଉ କି ଫେଡେରାଲ ମନ୍ତ୍ରୀ ଶେହର୍ୟାର ଆଫ୍ରିଦି, ଜାତୀୟ ବିଧାନସଭାର ବାଚସ୍ପତି ଅସଦ କଇସର, ସିନ୍ଧ ରାଜ୍ୟପାଳ ଇମ୍ରାନ ଇସମେଲ ଏବଂ ଆଞ୍ଚଳିକ ମନ୍ତ୍ରୀ ସଇଦ ଘନି ଏହି ମହାମାରୀର ଶିକାର ହୋଇଛନ୍ତି ।

ABOUT THE AUTHOR

...view details