ଇସଲାମାବାଦ: ପାକିସ୍ତାନରେ କୋରୋନା ଭୂତାଣୁ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି । ପ୍ରତିଦିନ 1000 ଉପରେ ଆକ୍ରାନ୍ତ ବାହାରିବା ସହ ମୋଟ ପଜିଟିଭ 48 ହଜାର ଟପିଛି । ପରିସ୍ଥିତି ଦେଖି ସରକାର ଦିନକୁ ସାମ୍ପଲ ଟେଷ୍ଟର ସଂଖ୍ୟା ବଢାଇଛନ୍ତି ।
ଗୋଟିଏ ଦିନରେ ପାକିସ୍ତାନରେ ସର୍ବାଧିକ ସାମ୍ପଲ ଟେଷ୍ଟ - ପାକିସ୍ତାନରେ କୋରୋନା ଅପଡେଟ
ଗତ 24 ଘଣ୍ଟାରେ ପାକ୍ ସରକାର 15 ହଜାର 346ଟି ସାମ୍ପଲ ପରୀକ୍ଷା କରିଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ପରୀକ୍ଷାର ରେକର୍ଡ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
ଗତ 24 ଘଣ୍ଟାରେ ପାକ୍ ସରକାର 15 ହଜାର 346ଟି ସାମ୍ପଲ ପରୀକ୍ଷା କରିଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ପରୀକ୍ଷାର ରେକର୍ଡ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ମୋଟ 4 ଲକ୍ଷ 29 ହଜାର 600 ଟେଷ୍ଟ ହୋଇସାରିଛି । ପୂର୍ବରୁ ପାକିସ୍ତାନ ଯୋଜନା ମନ୍ତ୍ରୀ ଅସଦ ଉମର କହିଥିଲେ ଯେ ପାକ୍ ବର୍ତ୍ତମାନ ଦିନକୁ 25 ହଜାର ଟେଷ୍ଟ କରିବା ଭଳି ପରିସ୍ଥିତିରେ ରହିଛି । ଜୁନ୍ ଆରମ୍ଭ ସୁଦ୍ଧା ଏହା ଦିନକୁ 30 ହଜାର ସାମ୍ପଲ ପରୀକ୍ଷା କରିବ । ଯାହା କୋରୋନା ନିୟନ୍ତ୍ରଣ କରିବାକୁ ଯଥେଷ୍ଟ ବୋଲି ଉମର କହିଛନ୍ତି ।
ପାକ୍ ସରକାରଙ୍କ ସୂଚନାନୁସାରେ ଗୁରୁବାର 2193ଟି ନୂଆ କେସ ବାହାରିବା ସହ 32 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 48 ହଜାର 91 ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁସଂଖ୍ୟା 1017 ରହିଛି । ଏବେ ସୁଦ୍ଧା 14 ହଜାର 155 ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସିନ୍ଧରେ ସର୍ବାଧିକ 18 ହଜାର 964 କେସ ବାହାରିଛି । ସେହିପରି ପଞ୍ଜାବରେ ଦ୍ବିତୀୟ ସର୍ବାଧିକ 17 ହଜାର 382 ମାମଲା ରହିଛି ।