ଓଡିଶା

odisha

ETV Bharat / international

ଟିକା ନେଇ ନଥିଲେ ପାକିସ୍ତାନରେ ବିମାନ ଯାତ୍ରା ମନା - ପାକିସ୍ତାନ ସରକାର

ଟୀକାକରଣ ହୋଇନଥିବା ବ୍ୟକ୍ତିଙ୍କ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ । ଦେଶରେ ସଂକ୍ରମଣ ପ୍ରତିହତ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର । ଅଧିକ ପଢନ୍ତୁ...

ଟିକା ନେଇ ନଥିବା ବ୍ୟକ୍ତିଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଲା ପାକିସ୍ତାନ
ଟିକା ନେଇ ନଥିବା ବ୍ୟକ୍ତିଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଲା ପାକିସ୍ତାନ

By

Published : Jul 10, 2021, 6:53 PM IST

ଇସଲାମବାଦ:ଟିକା ନେଇ ନ ଥିଲେ କରିପାରିବେନି ବିମାନ ଯାତ୍ରା । ଶୁକ୍ରବାର ଏଭଳି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଯେଉଁମାନେ ଟୀକାକରଣରେ ସାମିଲ ହୋଇନାହାନ୍ତି ସେମାନଙ୍କ ପାଇଁ ବିମାନ ଯାତ୍ରା ଉପରେ ରୋକ ଲଗାଇଛି ପାକିସ୍ତାନ । ଏହି ନିୟମ ଆସନ୍ତା ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହେବ । ନ୍ୟାସନାଲ କମାଣ୍ଡ ଏବଂ ଅପରେସନ ସେଣ୍ଟର (NCOC) ପକ୍ଷରୁ ଏନେଇ ସୂଚନା ମିଳିଛି ।

ବିମାନ ଯାତ୍ରା ଉପରେ ନିଷେଦ୍ଧାଦେଶ ଲାଗୁ କରିବା ବ୍ୟତୀତ NCOC ସମସ୍ତ ପ୍ରାପ୍ତ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ 31 ସୁଦ୍ଧା ଟୀକାକରଣକୁ ବାଧ୍ୟତାମୂଳକ କରିଛି ।

ବିଶ୍ବବାସୀଙ୍କୁ ନୂଆ ନୂଆ ରୂପରେ ଡରାଉଛି କୋରୋନା ଭାଇରସ । କୋରୋନାର ପାଦୁର୍ଭାବ ମଧ୍ୟରେ ପାକିସ୍ତାନକୁ ଏବେ ଘାରିଛି ଡେଲ୍ଟା ଭ୍ୟାରିଆଣ୍ଟର ଚିନ୍ତା । ଯାହାକୁ ଦୃଷ୍ଟିରେ ରଖି ଟୀକାକରଣକୁ ଅଗ୍ରାଧିକାର ପୂର୍ବକ ବିମାନ ଯାତ୍ରା ଉପରେ ଏହି ନିଷେଦ୍ଧାଦେଶ ଲଗାଇଛନ୍ତି ପାକିସ୍ତାନ ସରକାର ।

@IANS

ABOUT THE AUTHOR

...view details