ଓଡିଶା

odisha

ETV Bharat / international

ଭେଣ୍ଟିଲେଟରେ ସର୍ଟସର୍କିଟ! ଋଷ ହସ୍ପିଟାଲରେ 5 କୋରୋନା ରୋଗୀ ମୃତ - ଋଷ ହସ୍ପିଟାଲରେ କୋରୋନା ରୋଗୀ ମୃତ

ସେଣ୍ଟ ପିଟର୍ସବର୍ଗ ସହରରେ ଅବସ୍ଥିତ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ପାଞ୍ଚ ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ସେଣ୍ଟ ଜର୍ଜ ହସ୍ପିଟାଲରେ ଭେଣ୍ଟିଲେଟରେ ଥିବା ପାଞ୍ଚ ଜଣ ରୋଗୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଏହାପରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଅଧିକ ପଢନ୍ତୁ...

Overloaded ventilator
Overloaded ventilator

By

Published : May 12, 2020, 7:53 PM IST

ମସ୍କୋ: ଦିନକୁ ଦିନ କୋରୋନାରେ ଋଷ ସ୍ଥିତି ଖରାପ ଆଡକୁ ଗତି କରୁଛି । ଏହାଭିତରେ ଏକ ଦୁଃଖଦ ଖବର ଆସିଛି । ସେଣ୍ଟ ପିଟର୍ସବର୍ଗ ସହରରେ ଅବସ୍ଥିତ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ପାଞ୍ଚ ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ସେଣ୍ଟ ଜର୍ଜ ହସ୍ପିଟାଲରେ ଭେଣ୍ଟିଲେଟରେ ଥିବା ପାଞ୍ଚ ଜଣ ରୋଗୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଏହାପରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ଋଷର ଜରୁରୀକାଳୀନ ମନ୍ତ୍ରଣାଳୟର ପ୍ରେସ ସେବା ଟାସ କହିଛି ଯେ ଏହା ହସ୍ପିଟାଲର ଦଶ ବର୍ଗ ମିଟର ପରିସରକୁ ଅକ୍ତିଆର କରି ନେଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏହା ସହିତ 150 ଜଣ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ସୂତ୍ର ଅନୁସାରେ ଭେଣ୍ଟିଲିଟରେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା । ମାର୍ଚ୍ଚ ମାସରୁ ସେଣ୍ଟ ଜର୍ଜ ହସ୍ପିଟାଲରେ କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ସୂଚନା ଯୋଗ୍ୟୟ ଯେ, ଋଷରେ କୋରୋନାଭାଇରସ୍ ସଂକ୍ରମଣ ରିପୋର୍ଟ 221,344 ରେ ପହଞ୍ଚିଛି ।

@ IANS

ABOUT THE AUTHOR

...view details