ଓଡିଶା

odisha

ETV Bharat / international

70 ଲକ୍ଷରୁ ଅଧିକ ଆଫଗାନି ପିଲା ଅନାହାରରେ ପୀଡିତ: ରିପୋର୍ଟ - afghan news

କୋରୋନା ମହାମାରୀ ପୂର୍ବରୁ ଆଫିଗାନିସ୍ତାନରେ 70 ଲକ୍ଷରୁ ଅଧିକ ପିଲା ଅନହାରରେ ରହିବା ନେଇ ଆଶଙ୍କା କରାଯାଉଥିଲା । କାରଣ ମହାମାରୀ ପରେ ଦେଶରେ ଖାଦ୍ୟର ଦର ବୃଦ୍ଧି ଘଟିଥିଲା । ଅଧିକ ପଢନ୍ତୁ...

Over 7 million Afghan children risk hunger: Report
70 ଲକ୍ଷରୁ ଅଧିକ ଆଫଗାନି ପିଲା ଅନାହାରରେ ପୀଡିତ: ରିପୋର୍ଟ

By

Published : May 1, 2020, 6:53 PM IST

ସେଭ୍‌ ଦ ଚିଲ୍ଡ୍ରେନ ରିପୋର୍ଟରେ କୁହାଯାଇଛି ଯେ ଖାଦ୍ୟରେ ଦର ବୃଦ୍ଧି ସେତେବେଳେ ହୋଇଥିଲା ଯେଉଁ ସମୟରେ ପିଲାମାନେ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ମଜବୂତ କରିବା ପାଇଁ ଦୈନନ୍ଦିନ ପର୍ଯ୍ୟାପ୍ତ ପୃଷ୍ଟିକର ଖାଦ୍ୟର ଆବଶ୍ୟକ ଲୋଡୁଥିଲେ । ତେବେ ମହାମାରୀ ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା ଯେ 50 ଲକ୍ଷରୁ ଅଧିକ ଆଫଗାନି ପିଲାଙ୍କୁ ମାନବିକ ସହାୟତାର ଆବଶ୍ୟକ ରହିଥିଲା ।

ନିକଟରେ ଜାତିସଂଘର ଏକ ତାଜା ସର୍ବେକ୍ଷଣରୁ ଜଣାପଡିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ 20 ଲକ୍ଷ ପିଲା ଅତ୍ୟଧିକ ଭୋକର ଶିକାର ହୋଇଛନ୍ତି । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି)ର ଆକଳନକୁ ଦର୍ଶାଇ ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନର ମୁଖ୍ୟ ସହର ବଜାରରେ ଗହମରୁ ପ୍ରସ୍ତୁତ ଅଟା ଏବଂ ରନ୍ଧା ତେଲର ମୂଲ୍ୟ ଗତ ମାସରେ 23 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଚାଉଳ, ଚିନି ଏବଂ ଡାଲିର ମୂଲ୍ୟ ପ୍ରତି ସେନିରେ 7 ରୁ 12 ମଧ୍ୟରେ ବୃଦ୍ଧି ପାଇଥିଲା ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଆଫଗାନିସ୍ତାନ ଶ୍ରମିକଙ୍କ ଏକ ବଡ଼ ଅଂଶ ଅନୌପଚାରିକ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି, ଯେତେବେଳେ କାମ ଅଭାବ ହୁଏ ସେତେବେଳେ ସେମାନଙ୍କ ପାଇଁ କୌଣସି ସୁରକ୍ଷା ଜାଲ ନଥାଏ ।

ସେହିପରି ପ୍ରତି 1000 ଲୋକଙ୍କ ପାଇଁ ମାତ୍ର 0.3 ଡାକ୍ତର ଥିବାବେଳେ ଆଫଗାନିସ୍ତାନର ଅସୁସ୍ଥ ତଥା ପୃଷ୍ଟିହୀନ ପିଲାମାନଙ୍କ ବଞ୍ଚିବା ପାଇଁ ଆବଶ୍ୟକ ଚିକିତ୍ସାର ମାତ୍ରା କମ ଥାଏ ବୋଲି ସେଭ୍ ଦି ଚାଇଲ୍ଡ ଚେତାବନୀ ଦେଇଛି । ଏଠାକାର ପିଲାମାନେ ମହାମାରୀ ପୂର୍ବରୁ ଅନାହାରରେ ମରିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଖାଦ୍ୟ ସାମଗ୍ରୀରୁ ଦେଶର କିଛି ଅସୁରକ୍ଷିତ ସମ୍ପ୍ରଦାୟକୁ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି ।

ଦେଶବ୍ୟାପୀ ତାଲାବନ୍ଦ ସତ୍ତ୍ବେ ଖାଦ୍ୟର ଶୀଘ୍ର ବଣ୍ଟନକୁ ସହଜ କରିବାକୁ ଆଫଗାନିସ୍ତାନ ସରକାରଙ୍କୁ ଅନୁରୋଧ କରାଯାଇଛି । ପ୍ରକାଶ ଥାଉକି, ଏପର୍ଯ୍ୟନ୍ତ ମହାମାରୀ କୋରୋନାରେ ଆଫଗାନିସ୍ତାନରେ 2,171 ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ 64 ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

@IANS

ABOUT THE AUTHOR

...view details