ଓଡିଶା

odisha

ETV Bharat / international

କୋରୋନା କଟକଣା: କର୍ଫ୍ୟୁ ଉଲ୍ଲଂଘନ କରି ଶ୍ରୀଲଙ୍କାରେ 10ହଜାରରୁ ଉର୍ଦ୍ଧ୍ବ ଗିରଫ

ଶ୍ରୀଲଙ୍କାରେ କର୍ଫ୍ୟୁ ଉଲ୍ଲଂଘନ କରି ସାରା ଦେଶରୁ 10ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। 2,087 ରୁ ଅଧିକ ଗାଡି ମଧ୍ୟ ଜବତ କରାଯାଇଛି ଏବଂ ଗିରଫ ହୋଇଥିବା ସମସ୍ତଙ୍କୁ ଆଗାମୀ ଦିନରେ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି କହିଛି ପୋଲିସ ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 3, 2020, 4:55 PM IST

କଲମ୍ବୋ: ଶ୍ରୀଲଙ୍କାରେ କୋରୋନା ଭାଇରସ ମହାମାରୀ କାରଣରୁ ମାର୍ଚ୍ଚ 20 ତାରିଖରୁ କର୍ଫ୍ୟୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ କର୍ଫ୍ୟୁ ଉଲ୍ଲଂଘନ କରି ସାରା ଦେଶରୁ 10ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି।

ଏକ ବିବୃତ୍ତିରେ ପୋଲିସ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ କେବଳ 500 ରୁ ଅଧିକ ଲୋକଙ୍କୁ ରାସ୍ତାରେ ଲୁଟିବା, ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ମଦ୍ୟପାନ କରିବା ଅଭିଯୋଗରେ ଗିରଫ କରାଯାଇଛି । ସେହିପରି ରାସ୍ତାରେ ଯାନବାହାନ ଯୋଗେ ଯାତ୍ରା କରିବା, ରେଷ୍ଟୁରାଣ୍ଟ ଖୋଲା ରଖିବା, ଅଭ୍ରଦ ଆଚରଣର କାରଣରୁ ଗିରଫ କରାଯାଇଥିଲା ।

2,087 ରୁ ଅଧିକ ଗାଡି ମଧ୍ୟ ଜବତ କରାଯାଇଛି ଏବଂ ଗିରଫ ହୋଇଥିବା ସମସ୍ତଙ୍କୁ ଆଗାମୀ ଦିନରେ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି କହିଛି ପୋଲିସ ।

ଶ୍ରୀଲଙ୍କା 151 ଜଣ COVID-19 ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ 125 ଜଣ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଆଇସୋଲେସନରେ ରହିଛନ୍ତି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା 4 ରହିଛି । ୧୦ହଜାରୁ ଅଧିକ ଲୋକ ସେମାନଙ୍କ ଘରେ ତଥା ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି ।

@IANSଇନପୁଟ

ABOUT THE AUTHOR

...view details