କରାଚି: ପାକିସ୍ତାନରେ ସ୍ବାସ୍ଥ୍ୟସେବା ପୁରା ବିପର୍ଯ୍ୟସ୍ତ ହୋଇପଡିଛି । ଉପଯୁକ୍ତ ପିପିଇ କିଟ୍ସ ନପାଇ ସ୍ବାସ୍ଥ୍ୟକର୍ମୀ ନିକଟରେ ରାସ୍ତା ଉପରକୁ ଓହ୍ଲାଇଥିଲେ । ସେହିପରି ପିଓକେ ହସ୍ପିଟାଲରେ ଡାକ୍ତରଙ୍କୁ ପାନ ଛେପ ପଡିଥିବା ମାସ୍କ ମିଳିଥିଲା । ସାରା ଦେଶରେ ସ୍ବାସ୍ଥ୍ୟସେବା ଖରାପ ହୋଇପଡିଥିବାବେଳେ ଏହାର ଆଉ ଏକ ନମୁନା କରାଚି ଜେଲରେ ଦେଖିବାକୁ ମିଳିଛି ।
କରାଚି ଜେଲରେ ବଢୁଛି କୋରୋନା ଆକ୍ରାନ୍ତ, ଆଇସୋଲେସନ ବେଡ୍ ଅଭାବ - କରାଚି ଜେଲ
ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସରକାର କଏଦୀଙ୍କ କଥା କିଏ ପଚାରେ । କରାଚି ସେଣ୍ଟ୍ରାଲ ଜେଲରେ କୋଭିଡ 19 ଆକ୍ରାନ୍ତଙ୍କ ସଂଖ୍ୟା 300 ପାର କରିଛି । ଅଧିକ ପଢନ୍ତୁ...
ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସରକାର କଏଦୀଙ୍କ କଥା କିଏ ପଚାରେ । କରାଚି ସେଣ୍ଟ୍ରାଲ ଜେଲରେ କୋଭିଡ 19 ଆକ୍ରାନ୍ତଙ୍କ ସଂଖ୍ୟା 300 ପାର କରିଛି । ପରିସ୍ଥିତି ଏପରି ଯେ କିଛିଦିନ ଭିତରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଖୁବଶିଘ୍ର 400 ପାର କରିଯିବ । ବର୍ତ୍ତମାନ ବଡ ସମସ୍ୟା ହେଉଛି ଜେଲରେ କ୍ବାରେଣ୍ଟାଇନ ସେଣ୍ଟରରେ 400 ବେଡ୍ ସୁବିଧା ରହିଛି । କଏଦୀଙ୍କ ଆଇସୋଲେସନ ବେଡ୍ ସଂଖ୍ୟା 400 ରହିଛି ଯାହା ଉପରେ ଆକ୍ରାନ୍ତ ବାହାରିଲେ କଏଦୀଙ୍କୁ ରଖିବାରେ ସମସ୍ୟା ଦେଖାଦେବ ।
ତେବେ ଗୃହ ମନ୍ତ୍ରଣାଳୟ ସହ ଏହା ବିଷୟରେ ଆଲୋଚନା କରିଛନ୍ତି ଜେଲ କର୍ତ୍ତୃପକ୍ଷ । ସଂକ୍ରମିତ କଏଦୀ ସଂଖ୍ୟା 400 ପାର କଲେ ସେମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବା ପାଇଁ ଅନୁମତି ମାଗିଛନ୍ତି ଜେଲ କର୍ତ୍ତୃପକ୍ଷ । ଏବେ ପ୍ରତିଦିନ ପ୍ରାୟ 1000 କଏଦୀଙ୍କର ସ୍କ୍ରିନିଂ କରାଯାଉଛି । ମେ 11ରେ ଏଠାରେ ପ୍ରଥମ କେସ ବାହାରିଥିଲା । 12 ଦିନ ମଧ୍ୟରେ ଏହା ବ୍ୟାପି 300 ଟପିଛି । କଏଦୀଙ୍କ ଛଡା ଏଠାରେ 20 ଷ୍ଟାପ୍ ମେମ୍ବର ଏବଂ ଜଣେ ପୋଲିସ ଅଫିସର ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।