ୱାଶିଂଟନ: ଥରେ ଭାବନ୍ତୁ, ଆପଣ ଚାଲିବା ବେଳେ ସେଥିରୁ ଆପଣଙ୍କ ଉପକରଣକୁ ଯଦି ବିଦ୍ୟୁତ ଶକ୍ତି ମିଳେ ତାହେଲେ କିପରି ହେବ । ହଁ ଏହା ଖୁବ ଶିଘ୍ର ସତ ହେବାକୁ ଯାଉଛି, ହଙ୍ଗକଙ୍ଗ ସ୍ଥିତ ଚାଇନା ବିଶ୍ୱବିଦ୍ୟାଳୟର ଦଳେ ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହେବାକୁ ଯାଉଛି ।
ଏଆଇପି ପ୍ରକାଶନ ଠାରୁ ଆପ୍ଲାଇଡ ଫିଜିକ୍ସ ଲେଟରରେ ଏହି ପ୍ରଯୁକ୍ତିବିଦ୍ୟା ବିଷୟରେ ଉଲ୍ଲେଖ କରିଛି ବିଶ୍ବବିଦ୍ୟାଳୟର ଏହି ଗବେଷକ ଦଳ । ଏକ ଶକ୍ତି ସଂଗ୍ରହକକୁ ଜଣେ ବ୍ୟକ୍ତିଙ୍କ ଆଣ୍ଠୁରେ ଖଞ୍ଜା ଯାଇଥାଏ । ଏହାକୁ ପିନ୍ଧିଥିବା ବ୍ୟକ୍ତି ନିଜ ଚାଲିବା ଗତିରେ କୌଣସି ପରିବର୍ତ୍ତନ ନକରି କିମ୍ବା ଅଧିକ ଶକ୍ତି ପ୍ରୟୋଗ ନକରେ ତବେ ଏଥିରୁ 1.6 ମାଇକ୍ରୋୱାଟର ଶକ୍ତି ଉତ୍ପନ୍ନ ହୋଇପାରିବ । ଏହି ଶକ୍ତି ସାହାଯ୍ୟରେ ସ୍ୱାସ୍ଥ୍ୟ ନିରୀକ୍ଷଣ ଯନ୍ତ୍ର ଓ ଜିପିଏସ ପରି କ୍ଷୁଦ୍ର ଉପକରଣ ଗୁଡିକୁ ଶକ୍ତି ଯୋଗାଇ ଦିଆଯାଇପାରିବ।
‘‘ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱଂୟ ଚାଳିତ ଜିପିଏସ ଉପକରଣ ଗୁଡିକ ପର୍ବତାରୋହୀ ତଥା ଆରୋହଣକାରୀଙ୍କ ଧ୍ୟାନ ଆକର୍ଷିତ କରିବ’’ ବୋଲି କହିଛନ୍ତି ଲେଖକ ତଥା ମେକାନିକାଲ ଓ ଅଟୋମେସନ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ୱି-ସିନ ଲିଆଓ ।
ଗବେଷକ ଏକ ସ୍ମାର୍ଟ ମାକ୍ରୋଫାଇଭର ଧାତୁର ବ୍ୟବହାର କରିଛନ୍ତି ଯାହା ଯେକୌଣସି ନଇଁବା କାର୍ଯ୍ୟକଳାପରୁ ଶକ୍ତି ଉତ୍ପନ୍ନ କରିପାରିବ । ଯାହା ସ୍ଲାଇଡର କ୍ରାଙ୍କ ମେକାନିଜିମ ଦ୍ୱାରା ମୋଟରକୁ ପରିଚାଳିତ କରିପାରିବ । ଅନ୍ୟ ମାନବୀୟ ଗଣ୍ଠି ଗୁଡିକ ତୁଳନାରେ ଆଣ୍ଠୁ ଅଧିକ ଗତିଶୀଳ ହୋଇଥିବାରୁ ଡିଭାଇସଟିକୁ ଆଣ୍ଠୁରେ ଖଞ୍ଜା ଯାଇଛି ବୋଲି କହିଛନ୍ତି ଲେଖକ । ‘ଏହି ହାରଭେସ୍ଟର ଗୁଡୁକ ସିଧାସଳଖ ବଡ ବିରୁପଣରୁ ଶକ୍ତି ଆହରଣ କରିପାରିବ ବୋଲି ଲିଆଓ କହିଛନ୍ତି । ’