ପାଙ୍ଗଙ୍ଗ୍:ଦୀର୍ଘ ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍ ଜଙ୍ଗ ଉନ୍ଙ୍କ ପତ୍ନୀ ସୋଲ ଜୁ । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ବିରାମ ପଡିଛି । ସମଗ୍ର ବିଶ୍ବ ଏହି ଏକଛତ୍ରବାଦୀ ଶାସକ ଓ ତାଙ୍କ ପତ୍ନୀଙ୍କ ଖବର ଉପରେ ପତ୍ତା ଲଗାଉଥିବା ବେଳେ ଗତକାଲି(ବୁଧବାର) ଲୋକଲୋଚନକୁ ଆସି ଜୀବିତ ଥିବା ଏବଂ ସୁସ୍ଥ ଥିବା ଦର୍ଶାଇ ସମସ୍ତଙ୍କ ଡାଉଟ କ୍ଲିୟର କରିଛନ୍ତି କିମ୍ ।
ଦୀର୍ଘ ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍ ଜଙ୍ଗ ଉନ୍ଙ୍କ ପତ୍ନୀ - ୫ମାସ ପରେ ଲୋକଲୋଚନକୁ ଆସିଲେ କିମ୍ ଜଙ୍ଗ ଉନ୍ଙ୍କ ପତ୍ନୀ
ଦୀର୍ଘ ୫ ମାସର ବ୍ୟବଧାନ ପରେ ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିଲେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଉନ୍ଙ୍କ ପତ୍ନୀ ସୋଲ ଜୁ । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବଂ ମୃତ୍ୟୁ ଖବରକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ଆଜି ବିରାମ ପଡିଛି। ଅଧିକ ପଢନ୍ତୁ
ନ୍ୟୁଜ ଏଜେନ୍ସି କେସିଏନଏ(KCNA) ରିର୍ପୋଟ ଅନୁଯାୟୀ, ଗତକାଲି ଉଭୟ ଉତ୍ତର କୋରିଆର ଲୁନର ନ୍ୟୁ ଇୟରର ଏକ ଆର୍ଟ ଗ୍ୟାଲେରୀର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ । ଶେଷ ଥର ପାଇଁ ସେପ୍ଟେମ୍ବର ୯ ତାରିଖରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ଉତ୍ତର କୋରିଆ ପ୍ରତିଷ୍ଠା ଦିବସରେ କିମ୍ ଜଙ୍ଗ ଉନ୍ଙ୍କ ସହ ସେ ସର୍ବସମ୍ମୁଖରେ ନଜର ଆସିଥିଲେ ।
ଗତବର୍ଷ ଫେବୃଆରି ସେ ଏକ କନସର୍ଟରେ ଦେଖାଦେବା ପରେ ପ୍ରାୟ ବର୍ଷକ ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଇଥିଲେ । ହଠାତ ନିଖୋଜ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେ ଅସୁସ୍ଥ କିମ୍ବା ଗର୍ଭବତୀ ଥାଇ ପାରନ୍ତି ବୋଲି କୁହାଯାଉଥିଲା । କୁହାଯାଉଛି କି କୋରୋନା ଭାଇରସ କାରଣରୁ ଉଭୟ ଘରେ ରହିଥିଲେ।