ସିଓଲ: ଗତ ଜୁଲାଇ 28ରେ ୱାଶିଂଟନ ଓ ସିଓଲ ଉଭୟ ଦେଶ ମଧ୍ୟରେ ରହିଥିବା ମିସାଇଲ ଗାଇଡଲାଇନରେ ଆପୋଷ ବୁଝାମଣାରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତିତ ଗାଇଡଲାଇନ ଅନୁଯାୟୀ ସିଓଲର ସ୍ପେଶ ରକେଟରେ ସଲିଡ ଇନ୍ଧନର ବ୍ୟବହାର ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଯାଇଛି । ସିଓଲର ଏହି ନିଷ୍ପତ୍ତିକୁ କଟାକ୍ଷ କରି ଦେଶର ଶାନ୍ତି ପ୍ରତିହତ ହେଉଥିବା ମତ ଦେଇଛି ଉତ୍ତର କୋରିଆ ।
ରବିବାର ଉତ୍ତର କୋରିଆର ଖବରକାଗଜରେ ଏନେଇ ତଥ୍ୟ ପ୍ରକାଶିତ ହୋଇଥିବା ଜଣା ପଡିଛି । ସେପଟେ ଗତ ଜୁଲାଇ 28ରେ ୱାଶିଂଟନ ଓ ସିଓଲ ମଧ୍ୟରେ ହୋଇଥିବା ଆଲୋଚନାରେ ଦଶନ୍ଧି ପୁରୁଣା ମିସାଇଲ ଗାଇଡଲାଇନକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ସିଓଲ ସ୍ପେଶ ରକେଟରେ ସଲିଡ ଇନ୍ଧନର ବ୍ୟବହାର କରୁନଥିବା ବେଳେ ୱାଶିଂଟନ ଏହି ପ୍ରତିବନ୍ଧକକୁ ହଟାଇ ଇନ୍ଧନ ବ୍ୟବହାର ପାଇଁ ଅନୁମତି ଦେଇଛି । ଏହି ନିଷ୍ପତ୍ତି ଦ୍ବାରା ସିଓଲର ସ୍ପେଶ ରକେଟ ବ୍ୟବହାର ଓ ନିର୍ମାଣରେ ବିକାଶ ହେବ ବୋଲି ୱାଶିଂଟନ ପକ୍ଷରୁ ମତ ପ୍ରକାଶ ପାଇଛି । ଆମେରିକୀୟ ପକ୍ଷ ଏହା ମଧ୍ୟ କହିଛନ୍ତି କି ଏହି ନିଷ୍ପତ୍ତି ଦ୍ବାରା ସିଓଲ ଏବେ ଅଧିକ ସଂଖ୍ୟକ ଗୁପ୍ତଚର ସାଟେଲାଇଟ ଲଞ୍ଚ କରି ଉତ୍ତର କୋରିଆ ଉପରେ ନଜର ରଖିପାରିବ ।