ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ତାଙ୍କର ବିଚିତ୍ର ଦଣ୍ଡ ବିଷୟରେ ସାରା ବିଶ୍ବ ଜାଣିଛି । ପୁଣି ଏକ ବିଚିତ୍ର ନିଷ୍ପତ୍ତି ପାଇଁ ସେ ଆଉ ଥରେ ଲାଇମଲାଇଟକୁ ଆସିଛନ୍ତି । ଏଥର ଉତ୍ତର କୋରିଆର କୁକୁରମାନଙ୍କୁ ଏକଛତ୍ରବାଦୀ ଶାସନ ଭାରି ପଡିଛି । କିମ ଜୋଙ୍ଗ ଉନ୍ ପୋଷା କୁକୁରଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କିମ ଜୋଙ୍ଗଙ୍କ ନିର୍ଦ୍ଦେଶ, ପୋଷା କୁକୁରଙ୍କୁ କରାଯିବ ହତ୍ୟା - know why all dogs should be killed
ଉତ୍ତର କୋରିଆର କୁକୁରମାନଙ୍କୁ ଏକଛତ୍ରବାଦୀ ଶାସନ ଭାରି ପଡିଛି । କିମ ଜୋଙ୍ଗ ଉନ୍ ପୋଷା କୁକୁରଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସୂଚନା ଥାଉକି, ଉତ୍ତର କୋରିଆ ଆଜିକାଲି ଅନାହାର ସମସ୍ୟା ସହ ସଂଘର୍ଷ କରୁଛି । ଏହି ସମୟରେ, କିମ ଜୋଙ୍ଗ ହୃଦୟଙ୍ଗମ କରିଛନ୍ତି ଯେ ତାଙ୍କ ଦେଶର ସମସ୍ତ ଖାଦ୍ୟ କୁକୁରମାନଙ୍କ ନିକଟକୁ ପହଞ୍ଚୁଛି । ଯାହା ପରେ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ପରେ ଏଠାରେ ଥିବା କୁକୁରମାନଙ୍କ ପାଇଁ ଏପରି ଦଣ୍ଡ ଘୋଷଣା କରିଛନ୍ତି । କିମ ଜୋଙ୍ଗ ଉନଙ୍କ କର୍ମଚାରୀମାନେ ଘରରୁ ଘର ବୁଲି କୁକୁର ଧରିବା ମଧ୍ୟ ଆରମ୍ଭ କରିଛନ୍ତି ।
କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ପରେ କୁକୁରମାନଙ୍କୁ ଧରି ଚିଡିଆଖନାରେ ରଖାଯାଉଛି । କେବଳ ଏତିକି ନୁହେଁ, ଏହି ଚିଡିଆଖାନାରେ କୁକୁରମାନଙ୍କର ମାଂସ ମଧ୍ୟ ବିକ୍ରି କରାଯାଏ । ଏଠାରେ କୁକୁର ମାଂସକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରନ୍ତି । ଉତ୍ତର କୋରିଆରେ ଅନେକ ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ ଲୋକମାନେ କୁକୁର ମାଂସ ଖାଇବାକୁ ଯାଆନ୍ତି ।