ଓଡିଶା

odisha

ETV Bharat / international

ଚୀନ୍‌ର ହଂକଂ ସୁରକ୍ଷା ଆଇନକୁ ଉତ୍ତର କୋରିଆର ସମର୍ଥନ - North Korea extends support to China's

ଚୀନର ବନ୍ଧୁ ଉତ୍ତରକୋରିଆ ହଂକଂରେ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ଚୀନ୍‌ର ନିଷ୍ପତ୍ତିକୁ ଶନିବାର ସମର୍ଥନ ଜଣାଇଛି। ଏହାକୁ ରାଜ୍ୟ ସୁରକ୍ଷା ପାଇଁ ଏକ ବଡ ଧରଣର ପଦକ୍ଷେପ ବୋଲି କହିଛି।

ଚୀନ୍‌ର ହଂକଂ ସୁରକ୍ଷା ଆଇନକୁ ଉତ୍ତର କୋରିଆର ସମର୍ଥନ
ଚୀନ୍‌ର ହଂକଂ ସୁରକ୍ଷା ଆଇନକୁ ଉତ୍ତର କୋରିଆର ସମର୍ଥନ

By

Published : May 30, 2020, 3:04 PM IST

ନୂଆଦିଲ୍ଲୀ: ଉଗ୍ରମୁଖା ଆଚରଣ କରୁଛି ଚୀନ। ସମଗ୍ର ବିଶ୍ବକୁ ଅକ୍ତିଆର କରି ଏକଚାଟିଆ ମନମୁଖୀ ଶାସନ ପାଇଁ ବିଭିନ୍ନ ଯୋଜନା କରିବାରେ ଲାଗିପଡିଛି। ହେଲେ ଅନ୍ୟ ମାନଙ୍କ ପାଇଁ ଗାଡ ଖୋଳୁଥିବା ଦେଶ ଏବେ ନିଜେ ସେଥିରେ ପଡିବା ପାଇଁ ଟଳମଳ ହେଉଛି। ଦିନକୁ ଦିନ ଅଧିକ ଶତ୍ରୁ ସୃଷ୍ଟି ହେଉଥିବା ବେଳେ ଚାପରେ ରହୁଛି ଚୀନ।

ତେବେ ଗତ କିଛିଦିନ ତଳେ ହଂକଂର ସ୍ବାଧୀନତା କ୍ଷୁର୍ଣ୍ଣ ଏବଂ ଏହାକୁ ସମ୍ପୂର୍ଣ୍ଣ ଅକ୍ତିଆର ପାଇଁ ପାଇଁ ଚୀନ ଏକ ଜାତୀୟ ସୁରକ୍ଷା ଆଇନ ଆଣିଛି। ଏହା ଆଇନ ଦ୍ବାରା ହଂକଂ ଜନସାଧାରଣଙ୍କ ସ୍ବାଧୀନତା ଲୋପ ପାଇବ। ଏପରିକି ସେମାନେ ବିକ୍ଷୋଭ କରି ପାରିବେ ନାହିଁ। କୌଣସି ପ୍ରତିବାଦ କଲେ ଏହାକୁ ଆତଙ୍କବାଦ ଭାବେ ପରିଗଣନା କରାଯିବ।

ଏଭଳି ସ୍ଥିତିରେ ଚୀନର ବନ୍ଧୁ ଉତ୍ତରକୋରିଆ ହଂକଂରେ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ଚୀନ୍‌ର ନିଷ୍ପତ୍ତିକୁ ଶନିବାର ସମର୍ଥନ ଜଣାଇଛି। ଏହାକୁ ରାଜ୍ୟ ସୁରକ୍ଷା ପାଇଁ ଏକ ବଡ ଧରଣର ପଦକ୍ଷେପ ବୋଲି କହିଛି।

ବେଜିଂ ହଂକଂ ଉପରେ ଏକ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ପରେ ଉତ୍ତର କୋରିଆର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ଯାହା ଦ୍ବାରା କେତେକ ପୂର୍ବତନ ବ୍ରିଟିଶ କଲୋନୀରେ ସ୍ୱାଧୀନତାକୁ ସୀମିତ ରଖିପାରନ୍ତି । ଏଥିରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସମ୍ମତୀ ପ୍ରକାଶ କରି ଚୀନ୍ ସହ ମୁହାଁମୁହିଁ ହୋଇଥିଲେ।

ହଂକଂରେ ହୋଇଥିବା ବିରୋଧ ତଥା ଚୀନ୍‌ର “ଗୋଟିଏ ଦେଶ ଏବଂ ଦୁଇଟି ବ୍ୟବସ୍ଥା” ନୀତି ଉପରେ ଉତ୍ତର କୋରିଆ ପୂର୍ବରୁ ବେଜିଂକୁ ସମର୍ଥନ କରିଛି। ତେବେ ଚୀନର ଏପରି ବ୍ୟବସ୍ଥା ଦେଶରେ ଆଗାମୀ ଦିନରେ କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା ସମୟ ସାପେକ୍ଷ।

For All Latest Updates

ABOUT THE AUTHOR

...view details