ଓଡିଶା

odisha

By

Published : May 26, 2020, 5:34 PM IST

ETV Bharat / international

ଦକ୍ଷିଣ କୋରିଆର ନୂଆ ନିୟମ: ମାସ୍କ ନାହିଁ ତ ଯାତ୍ରା ନାହିଁ

ସରକାରଙ୍କ ନିୟମର ନାମ ରହିଛି ମାସ୍କ ନାହିଁ ତ ଯାତ୍ରା ନାହିଁ । ସମସ୍ତ ବସ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଦକ୍ଷିଣ କୋରିଆର ନୂଆ ନିୟମ: ମାସ୍କ ନାହିଁ ତ ଯାତ୍ରା ନାହିଁ
ଦକ୍ଷିଣ କୋରିଆର ନୂଆ ନିୟମ: ମାସ୍କ ନାହିଁ ତ ଯାତ୍ରା ନାହିଁ

ସିଓଲ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦକ୍ଷିଣ କୋରିଆରେ ଏକ ନୂଆ ନିୟମ ବାହାର କରିଛନ୍ତି ସରକାର । ନୂଆ କୋରୋନା ମାମଲାରେ ବୃଦ୍ଧି ଯୋଗୁଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁସାରେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଯାତ୍ରା ଅନୁମତି ମିଳିବନି ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ନିୟମର ନାମ ରହିଛି ମାସ୍କ ନାହିଁ ତ ଯାତ୍ରା ନାହିଁ । ସମସ୍ତ ବସ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଯାତ୍ରୀ ବିନା ମାସ୍କରେ ଯାତ୍ରା କରିବାକୁ ଆସନ୍ତି ତେବେ ତାଙ୍କୁ ଅନୁମତି ନଦେବାକୁ ସରକାର କହିଛନ୍ତି । ବିନା ମାସ୍କ ଯାତ୍ରୀଙ୍କ ପାଇଁ ଯାତ୍ରା ନିଷେଧ ବୋଲି ସରକାର ଗାଇଡଲାଇନ ବନାଇଛନ୍ତି । ସମସ୍ତ ଯାତ୍ରୀଙ୍କ ପାଇଁ ଫେସ ମାସ୍କ ବାଧ୍ୟତାମୂଳକ ହୋଇଛି । ତେବେ ନିୟମ ଲାଗୁର ପ୍ରଥମ ଦିନ ଲୋକମାନେ ଏହାକୁ କଡାକଡି ପାଳୁଥିବାର ଦେଖାଯାଇଛି ।

କିଛି ଡ୍ରାଇଭର କହିଛନ୍ତି ଯେ ଲୋକଙ୍କୁ ସେମାନେ କିଛି ନିର୍ଦ୍ଦେଶ ଦେଇନାହାନ୍ତି ଅବା ସଚେତନ କରିନାହାନ୍ତି । ଲୋକମାନେ ନିଜେ ସଚେତନ ହୋଇ ମାସ୍କ ପିନ୍ଧି ଆସିଥିଲେ । ସମସ୍ତଙ୍କ ମୁହଁରେ ଫେସ ମାସ୍କ ଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦକ୍ଷିଣ କୋରିଆର 9 ବସ ଡ୍ରାଇଭର ଓ 12 ଟ୍ୟାକ୍ସି ଡ୍ରାଇଭର କୋରୋନା ସଂକ୍ରମିତ ଥିବାର ସ୍ପଷ୍ଟ ହୋଇଥିଲା । ସେହିପରି ମଙ୍ଗଳବାର 19ଟି ନୂଆ କେସ ସହ ଦେଶରେ ମୋଟ 11 ହଜାର 225 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details