ଓଡିଶା

odisha

ETV Bharat / international

‘ସିଓଲ ବିରୋଧୀ ଲିଫ୍ଲେଟ ଛପା ନିଷ୍ପତ୍ତି ପରିବର୍ତ୍ତନର ନାହିଁ କୌଣସି ଯୋଜନା’

ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧରେ ପୁଣି ନିଜ ଔଦ୍ଧତ୍ୟ ଦେଖାଇଛି ଉତ୍ତର କୋରିଆ । ପୂର୍ବରୁ ଦକ୍ଷିଣ କୋରିଆ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବାଣ୍ଟି ଏହି ଯୁଦ୍ଧ ସ୍ଥିତି ଆରମ୍ଭ କରିଥିବା ଉତ୍ତର କୋରିଆ ଆରୋପ ଲଗାଇଥିବା ବେଳେ ବର୍ତ୍ତମାନ ସମାନ ପ୍ରକାରର ଦକ୍ଷିଣ କୋରିଆକୁ ଜବାବ ଦେବା ପାଇଁ ଅଣ୍ଟା ଭିଡିଛି ଉତ୍ତର କୋରିଆ ।

north-south korea realation, north-south korea face off, anti-seoul leaflets, ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ, ଉତ୍ତର-ଦକ୍ଷିଣ କୋରିଆ ଯୁଦ୍ଧ ସ୍ଥିତି, ସିଓଲ ବିରୋଧୀ ଲିଫ୍ଲେଟ
‘ସିଓଲ ବିରୋଧୀ ଲିଫ୍ଲେଟ ଛପା ନିଷ୍ପତ୍ତି ପରିବର୍ତ୍ତନର ନାହିଁ କୌଣସି ଯୋଜନା’

By

Published : Jun 22, 2020, 9:32 AM IST

ସିଓଲ: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧରେ ପୁଣି ନିଜ ଔଦ୍ଧତ୍ୟ ଦେଖାଇଛି ଉତ୍ତର କୋରିଆ । ପୂର୍ବରୁ ଦକ୍ଷିଣ କୋରିଆ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବାଣ୍ଟି ଏହି ଯୁଦ୍ଧ ସ୍ଥିତି ଆରମ୍ଭ କରିଥିବା ଉତ୍ତର କୋରିଆ ଆରୋପ ଲଗାଇଥିବା ବେଳେ ବର୍ତ୍ତମାନ ସମାନ ପ୍ରକାରର ଦକ୍ଷିଣ କୋରିଆକୁ ଜବାବ ଦେବା ପାଇଁ ଅଣ୍ଟା ଭିଡିଛି ଉତ୍ତର କୋରିଆ । ଏହି କ୍ରମରେ ଦକ୍ଷିଣ କୋରିଆରେ ସିଓଲ ବିରୋଧୀ ଲିଫ୍ଲେଟ ବାଣ୍ଟିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଉତ୍ତର କୋରିଆ ।

ସେପଟେ ଏହା ଅନ୍ତଃକୋରିଆନ ଚୁକ୍ତି ବିରୋଧୀ କାର୍ଯ୍ୟକଳାପ ବୋଲି କୁହାଯିବାରୁ ସମ୍ପୃକ୍ତ ଚୁକ୍ତି ଏକ ମୃତ ପ୍ରତିଶୃତି ବା ଚୁକ୍ତି ବୋଲି ଆକ୍ଷେପ କରିଛି ଉତ୍ତର କୋରିଆ । ତେବେ ଏସମ୍ପର୍କରେ ସୂଚନା ଦେଇ ଉତ୍ତର କୋରିଆ ଗଣମାଧ୍ୟମ ସୂଚନା ଦେଇଛି କି ପ୍ୟୋଙ୍ଗ୍ୟାଙ୍ଗରେ ସିଓଲ ବିରୋଧୀ ଲେଖା ଥିବା ଲିଫ୍ଲେଟ ଛପା ଆରମ୍ଭ ହୋଇଛି । ଯାହା ଖୁବଶୀଘ୍ର ସିଓଲ ପଠାଯିବାର ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇସାରିଛି । ଏହା ଜାଣିବା ପରେ ଦକ୍ଷିଣ କୋରିଆର ଏକତ୍ରିକରଣ ଦାୟିତ୍ବରେ ଥିବା ମନ୍ତ୍ରୀ ପ୍ୟୋଙ୍ଗ୍ୟାଙ୍ଗକୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ ।

ହେଲେ ଏହାକୁ ବେଖାତିର କରି ନିଜ ପ୍ରସ୍ତୁତି ଜୋରଦାର ଚାଲିଥିବା ରବିବାର ପ୍ରକାଶ କରିଛି ଉତ୍ତର କୋରିଆ । ପ୍ରତିକ୍ରିୟା ଦେଇ ଉତ୍ତର କୋରିଆର ୟୁନାଇଟେଡ ଫ୍ରଣ୍ଟ ବିଭାଗ(ୟୁଏଫଡି)ର ମୁଖପାତ୍ର କହିଥିଲେ କି ଏହି କାର୍ଯ୍ୟକଳାପ ଅନ୍ତଃକୋରିଆନ ଚୁକ୍ତି ବିରୋଧୀ ହୋଇଥିଲେ ବି ଉତ୍ତର କୋରିଆ ନିଜକୁ ଏହି କାର୍ଯ୍ୟରୁ ନିବୃତ୍ତ ରଖିବାର କୌଣସି ଯୋଜନା ନାହିଁ । ତେଣୁ ଏନେଇ ଦକ୍ଷିଣ କୋରିଆର କୌଣସି କର୍ତ୍ତୃପକ୍ଷ କିଛି ପରାମର୍ଶ ଦେବ ବନ୍ଦ କରିବା ଉଚିତ୍‌ ।

ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ପରିସ୍ଥିତିକୁ ନେଇ ଉତ୍ତର କୋରିଆ ଦକ୍ଷିଣ କୋରିଆ ଶତ୍ରୁ ସମ୍ବୋଧନ ଆରମ୍ଭ କରିଛି । ସେପଟେ ଗତ ସପ୍ତାହ ଏହା କୈସଙ୍ଗସ୍ଥିତି ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା ।

@IANS

ABOUT THE AUTHOR

...view details