ଓଡିଶା

odisha

ETV Bharat / international

ଚୀନରେ ମହାମାରୀ ସମ୍ଭାବନା କ୍ଷମତା ରଖିଥିବା 'ନ୍ୟୁ ସ୍ବାଇନ ଫ୍ଲୁ G4ର ଜନ୍ମ' - ନ୍ୟୁ ସ୍ବାଇନ ଫ୍ଲୁ G4

ଚୀନରେ ମିଳିଥିବା ସିଡିସିର ରିସର୍ଚ୍ଚର ମାନଙ୍କ ଦ୍ବାର ଏକ ନୂତନ ସ୍ବାଇନ୍ ଫ୍ଲୁ ଆବିଷ୍କୃତ ହୋଇଛି । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ନୂତନ ସ୍ବାଇନ ଫ୍ଲୁରେ ମହାମାରୀ ରୂପ ଧାରଣ କରିବାର ସମ୍ଭାବନା ରହିଛି ଏବଂ ଯଦି ଏହା ମଣିଷରେ ବ୍ୟାପିଯାଏ ତେବେ ଏହା ଭୟାନକ ବିପତ୍ତି ସୃଷ୍ଟି କରିବ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 30, 2020, 2:30 PM IST

ବେଜିଂ: ଚୀନର ଉହାନ ସହରରୁ ସାରା ବିଶ୍ବରେ କୋରୋନା କାୟା ବିସ୍ତାର ହେତୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏଭଳି ସମୟର ଆଉ ଏକ ଖବର ବିଶ୍ବବାସୀଙ୍କୁ ଆତଙ୍କିତ କରିଛି । ଚାଇନାରେ ନ୍ୟୁ ସ୍ବାଇନ ଫ୍ଲୁ ନାମକ ଏକ ଭୂତାଣୁ ଦେଖିବାକୁ ମିଳିଛି ଯାହାପାଖରେ ମହାମାରୀର ରୂପ ଧାରଣ କରିବା ସମସ୍ତ ସମ୍ଭାବନା ଦେଖାଦେଇଛି ।

ଏହି ଭାଇରସ ଆବିଷ୍କାର ହେବା ପରେ, ଅନୁସନ୍ଧାନକାରୀଙ୍କ ସହ ସମଗ୍ର ବିଶ୍ବର ଲୋକମାନେ ଭୟଭୀତ ହୋଇପଡିଛନ୍ତି ଯେ ଏହି ନୂତନ ଭାଇରସ ସମଗ୍ର ବିଶ୍ବକୁ ଏକ ନୂଆ ବିପଦ ଆଡକୁ ଟାଣିନେବା ଭୟ ସମସ୍ତଙ୍କୁ ଘାରିଲାଣି । ଚୀନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନ ୱେବସାଇଟରେ ବିଭିନ୍ନ ପ୍ରକାରର ରୋଗ ଏବଂ ସେଗୁଡିକୁ କିପରି ଏଡାଯାଇପାରିବ ସେ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ଉପଲବ୍ଧ ରହିଥାଏ । ଚୀନରେ ମିଳିଥିବା ସିଡିସିର ରିସର୍ଚ୍ଚର ମାନଙ୍କ ଦ୍ବାର ଏକ ନୂତନ ସ୍ବାଇନ୍ ଫ୍ଲୁ ଆବିଷ୍କୃତ ହୋଇଛି । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ନୂତନ ସ୍ବାଇନ ଫ୍ଲୁରେ ମହାମାରୀ ରୂପ ଧାରଣ କରିବାର ସମ୍ଭାବନା ରହିଛି ଏବଂ ଯଦି ଏହା ମଣିଷରେ ବ୍ୟାପିଯାଏ ତେବେ ଏହା ଭୟାନକ ବିପତ୍ତି ସୃଷ୍ଟି କରିବ ।

ଏହି ଅଧ୍ୟୟନ ସୋମବାର ଆମେରିକାର ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ରିସର୍ଚ୍ଚରଙ୍କ ଦ୍ବାରା ଏହାର ନାମ G4EA H1N1 ରଖାଯାଇଛି । 2009 ରେ ସ୍ବାଇନ୍ ଫ୍ଲୁ ହେତୁ ଏକ ମହାମାରୀ ସାରା ବିଶ୍ବାରେ ବ୍ୟାପିଥିଲା । ଏହି ଭାଇରସର ଏହାର ବିକଶିତ ରୂପ । ଏହା ସୂଚିତ କରୁଛି ଯେ, ଏହି ଏହି ସ୍ବାଇନ ଫ୍ଲୁ ମଧ୍ୟ ମହାମାରୀ ବିସ୍ତାର କରିପାରେ।

ବର୍ତ୍ତମାନ, ଏହି ବିପଜ୍ଜନକ ସ୍ବାଇନ୍‌ ଫ୍ଲୁକୁ ଦୃଷ୍ଟିରେ ରଖି ରିସର୍ଚ୍ଚରମାନେ ଏହାକୁ ମହାମାରୀରେ ପରିଣତ ନକରିବା ପାଇଁ ନୂତନ ପ୍ରୟାସରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସମୟପୂର୍ବରୁ ଏହି ସ୍ବାଇନ୍‌ ଫ୍ଲୁ (G4) ପାଇଁ ଏକ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରାଯାଇପାରେ ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ କୋରୋନା ଭାଇରସ କାରଣରୁ ସମଗ୍ର ବିଶ୍ବରେ 10,302,867 ସଂକ୍ରମିତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 505518ରେ ପହଞ୍ଚିଛି ।

ABOUT THE AUTHOR

...view details