ଓଡିଶା

odisha

ETV Bharat / international

ନୂଆବର୍ଷର ନୂଆବାର୍ତ୍ତା: ପୁଣି ହେବ ଟ୍ରମ୍ପ-କିମ୍ ଭେଟାଭେଟି - united states

ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ସହ ପୁଣି ଥରେ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ। ଗତବର୍ଷ ଉଭୟ ଦେଶ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ସିଙ୍ଗାପୁରର କ୍ୟାମ୍ପେଲା ଦ୍ୱୀପରେ ଭେଟିଥିଲେ। ଯାହାକୁ ବିଶ୍ୱ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଡିଜାଇନ ଫଟୋ

By

Published : Feb 9, 2019, 6:16 AM IST

ପ୍ୟୋଙ୍ଗୟାଙ୍ଗ: ନୂଆବର୍ଷରେ ଆସିଛି ନୂଆବାର୍ତ୍ତ। ପୁଣି ଥରେ ପରସ୍ପରକୁ ସାକ୍ଷାତ କରିବା ପାଇଁ ସମ୍ମତି ଜଣାଇଛନ୍ତି ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଗତବର୍ଷ ସେମାନଙ୍କ ମଧ୍ୟରେ ପ୍ରଥମ ଥର ମୁହାଁମୁହିଁ ଆଲୋଚନା ହୋଇଥିଲା। ସେହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସମଗ୍ର ବିଶ୍ୱରେ ହେଉଛନ୍ତି ବେଶ ଜଣାଶୁଣା। ସେମାନେ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋନ ଉଙ୍ଗ।


ପୁଣିଥରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିବା ପାଇଁ ନିଜେ ଆଗ୍ରହୀ ଅଛନ୍ତି ବୋଲି ଏକଛତ୍ରବାଦୀ ଶାସକ କିମ୍ ଚଳିତ ବର୍ଷ ପ୍ରାରମ୍ଭରେ ଜଣାଇଛନ୍ତି। ଗତବର୍ଷ ଜୁନରେ ସିଙ୍ଗାପୁରର କ୍ୟାମ୍ପେଲା ଦ୍ୱୀପରେ ପରସ୍ପରକୁ ସାକ୍ଷାତ କରିଥିଲେ ଉଭୟ ଟ୍ରମ୍ପ ଏବଂ କିମ । ଏହି ଅବସରରେ ଉତ୍ତର କୋରିଆ ପକ୍ଷରୁ କରାଯାଉଥିବା ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ପୂର୍ବରୁ ଆନ୍ତର୍ଜାତିକ କଟକଣାକୁ ଅମାନ୍ୟ କରି ବେଆଇନ ଭାବେ ଉତ୍ତର କୋରିଆ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ ସହ ଏହାକୁ ବିକଶିତ କରାଯାଉଥିଲା। ଏହା ଦ୍ୱାରା ଆନ୍ତର୍ଜାତିକ ଚୁକ୍ତିର ଉଂଲଘନ ହେଉଥିବା ଅଭିଯୋଗ କରି ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ର ଉତ୍ତର କୋରିଆ ଉପରରେ କଟକଣା ଲାଗୁ କରିବା ପାଇଁ ଜାତିସଂଘରେ ଦାବି କରିଥିଲେ।

ବହୁ ବାଦବିବାଦ ପରେ ଉତ୍ତର କୋରିଆ ବିରୋଧରେ କଟକଣା ଜାରି କରିଥିଲା ଜାତିସଂଘ। ଯାହାକୁ ନେଇ ବିଶ୍ୱ ରାଜନୀତି ହୋଇ ଉଠିଥିଲା ସରଗରମ। ଏହାର ପ୍ରଭାବ ପଡିଥିଲା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ କୋରୀୟ ଉପଦ୍ୱୀପରେ। ଉତ୍ତର କୋରିଆର ଏଭଳି କାର୍ଯ୍ୟ ଦ୍ୱାରା ବିଶ୍ୱଶାନ୍ତି ନଷ୍ଟ ହେଉଥିବା ଦର୍ଶାଇ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଉତ୍ତର କୋରିଆକୁ ଜବାବ ଦେବାକୁ ଯାଇ ସମରାଭ୍ୟାସ ଆରମ୍ଭ କରିଥିଲେ। ଅନୁରୂପ ଭାବେ ଉତ୍ତର କୋରିଆ ଲୁଚାଛପାରେ ଆଣବିକ ଅସ୍ତ୍ରଶସ୍ତ୍ରର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା।

ABOUT THE AUTHOR

...view details