ଓଡିଶା

odisha

ETV Bharat / international

ଆହୁରି ମଜବୁତ ହେବ ଆମେରିକା-ଆଫଗାନ ସମ୍ପର୍କ - Afghan President Ashraf Ghani

ଆମେରିକା ଓ ଆଫଗାନ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବ । ଏହା ନୂଆ ଏକ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଆମେରିକା-ଆଫଗାନ ସମ୍ପର୍କ
ଆମେରିକା-ଆଫଗାନ ସମ୍ପର୍କ

By

Published : Jan 26, 2021, 5:35 PM IST

କାବୁଲ: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବା ପରେ ଆଫଗାନିସ୍ତାନ ସହିତ ଆମେରିକାର ସମ୍ପର୍କ ନୂଆ ସୋପାନରେ ପହଞ୍ଚିବ ବୋଲି ଆଶା କରିଛନ୍ତି ଆଫଗାନ ରାଷ୍ଟ୍ରପତି ଆଶରଫ ଘାନି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବା ସହ ଏହା ନୂଆ ଏକ ସୋପାନକୁ ଯିବ ବୋଲି ଆଶା ରଖିଛନ୍ତି ।

କ୍ୟାବିନେଟ ବୈଠକରେ ୱାଶିଂଟନ ଓ କାବୁଲ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଘାନି କହିଛନ୍ତି । ଆମ ମୁଖ୍ୟ ସହଯୋଗୀ ଆମେରିକା ସହିତ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ଆଫଗାନ ରାଷ୍ଟ୍ରପତି କହିଛନ୍ତି ।

ଆଫଗାନିସ୍ତାନର ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ ଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜଣାଇବା ପରେ ରାଷ୍ଟ୍ରପତି ଏପରି କହିଛନ୍ତି । ଆମେରିକା ଆଫଗାନରେ ଶାନ୍ତି ଫେରାଇବାକୁ ଯେପରି ପୂର୍ବରୁ କାମ କରୁଥିଲା ସେହିପରି ଆଗକୁ ମଧ୍ୟ କାମ ଜାରି ରଖିବ ବୋଲି ସଙ୍କେତ ଦେବା ପରେ କ୍ୟାବିନେଟରେ ଏପରି କହିଛନ୍ତି ରାଷ୍ଟ୍ରପତି ।

ସୂଚନାଥାଉକି, ଆଫଗାନିସ୍ତାନରେ ତାଲିବାନ ଅରାଜକତା ଖେଳାଉଥିବାବେଳେ ଆମେରିକା ଏଠାରେ ନିଜ ସେନା କ୍ୟାମ୍ପ କରି ଆଫଗାନିସ୍ତାନକୁ ସୁରକ୍ଷା ଦେଉଛି । ଏହାସହ ତାଲିବାନ ସହିତ ଚୁକ୍ତି କରି ଦେଶରେ ଶାନ୍ତି ଫେରାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି ।

@IANS

ABOUT THE AUTHOR

...view details