ଓଡିଶା

odisha

ETV Bharat / international

ପିଏମ କେପି ଶର୍ମା ଓଲିଙ୍କୁ ନେପାଳ ସୁପ୍ରିମକୋର୍ଟଙ୍କ ନୋଟିସ, ହାଜର ହେବାକୁ ନିର୍ଦ୍ଦେଶ - ପିଏମ କେପି ଶର୍ମା ଓଲି

ନିଜ ଦଳରୁ ତଡା ଖାଇବା ପରେ ଏବେ ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନୋଟିସ ଜାରି କରିଛନ୍ତି ନେପାଳ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ପିଏମ କେପି ଶର୍ମା ଓଲିଙ୍କୁ ନେପାଳ ସୁପ୍ରିମକୋର୍ଟଙ୍କ ନୋଟିସ, ହାଜର ହେବାକୁ ନିର୍ଦେଶ
ପିଏମ କେପି ଶର୍ମା ଓଲିଙ୍କୁ ନେପାଳ ସୁପ୍ରିମକୋର୍ଟଙ୍କ ନୋଟିସ, ହାଜର ହେବାକୁ ନିର୍ଦେଶ

By

Published : Jan 28, 2021, 5:25 PM IST

କାଠମାଣ୍ଡୁ: ନେପାଳ ରାଜନୀତିରେ ହଟଚମଟ ମଧ୍ୟରେ ହଟୁନି କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମୁଣ୍ଡରୁ ସଙ୍କଟର କଳା ବାଦଲ । ନିଜ ଦଳରୁ ତଡା ଖାଇବା ପରେ ଏବେ ତାଙ୍କୁ ନୋଟିସ ଜାରି କରିଛନ୍ତି ନେପାଳ ସୁପ୍ରିମକୋର୍ଟ । କୋର୍ଟର ଅବମାନନା ନେଇ ଓଲିଙ୍କ ବିରୋଧରେ ଦାଖଲ ହୋଇଥିଲା ଅଭିଯୋଗ ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ହାଜର ହେବାକୁ ନୋଟିସ ଜାରି କରିଛନ୍ତି ନେପାଳ ସୁପ୍ରିମକୋର୍ଟ । ତାଙ୍କୁ 7 ଦିନ ଭିତରେ ଜବାବ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ନିକଟରେ ନିଜ ଦଳରୁ ତଡା ଖାଇଥିଲେ ଓଲି ।

ନେପାଳ ରାଜନୀତିରେ ଦିନକୁ ଦିନ ବଡ ଭୂମିକମ୍ପ ଅନୁଭୂତ ହେଉଛି । ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଜାନୁଆରୀ 24ରୁ ଦଳରୁ ବହିଷ୍କାର କରିଥିଲା କମ୍ୟୁନିଷ୍ଟ ପାର୍ଟି । ଏଥିସହ ଦଳରୁ ଓଲିଙ୍କ ସଦସ୍ୟତା ମଧ୍ୟ ରଦ୍ଧ ହୋଇଛି ।

ନେପାଳରେ 20 ଡିସେମ୍ବର 2020ରେ ନେପାଳ ରାଜନୀତିରେ ଗୋଟି ଆସିଥିଲା ସଙ୍କଟର କଳାବାଦଲ । ଚୀନ ସମର୍ଥକ ଭାବରେ ବିବେଚିତ ହୋଇଥିବା ଓଲି ଅଚାନକ ପ୍ରଚଣ୍ଡଙ୍କ ସହ ଶକ୍ତି ସଂଗ୍ରାମ ମଧ୍ୟରେ ସଂସଦର ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସେହି ଦିନ ଲୋକସଭାକୁ ଭଙ୍ଗ କରି 30 ଏପ୍ରିଲ ଏବଂ 10 ମଇରେ ନୂତନ ନିର୍ବାଚନ ତାରିଖ ଘୋଷଣା କରିଥିଲେ।

ABOUT THE AUTHOR

...view details