ଓଡିଶା

odisha

ETV Bharat / international

ଆଭ୍ୟନ୍ତରୀଣ ସଙ୍କଟ ଦୂର କରିବାରେ ବିଫଳ ହୋଇଛି ନେପାଳର ଶାସକ ଦଳ - Nepal's ruling party

ଗୁରୁବାର ଅଷ୍ଟମ ଥର ପାଇଁ ମତଭେଦ ସମାଧାନ କରିବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ପ୍ରଧାନମନ୍ତ୍ରୀ ଓଲି ଏନସିପିର ବରିଷ୍ଠ ନେତା ମାଧବ କୁମାର ନେପାଳ ଏବଂ ପୁଷ୍ପା କମଲ ଦହଲଙ୍କ ସହ ବୈଠକ କରିଥିଲେ । ପୂର୍ବଥର ଭଳି ଏଥର ମଧ୍ୟ ବୈଠକର କୌଣସି ଫଳାଫଳ ବାହାରିନଥିବା ନେପାଳ ଗଣମାଧ୍ୟମ ପକ୍ଷରୁ ଜଣାପଡିଛି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

By

Published : Jul 16, 2020, 7:00 PM IST

କାଠମାଣ୍ଡୁ : ନେପାଳର ରାଜନୈତିକ ସମସ୍ୟା ସମାଧାନ ହେବାର ନାଁ ନେଉନାହିଁ । ଗୁରୁବାର ଅଷ୍ଟମ ଥର ପାଇଁ ମତଭେଦ ସମାଧାନ କରିବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ନେପାଳର ଆଭ୍ୟନ୍ତରୀଣ ରାଜନୀତିରେ ଚୀନର ହସ୍ତକ୍ଷେପ ଏବଂ ଓଲିଙ୍କ ଭାରତ ବିରୋଧୀ ମନ୍ତବ୍ୟ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଶୀର୍ଷ ନେତୃତ୍ୱକୁ ଭାଗବଣ୍ଟା କରିଦେଇଛି ।

ଏନସିପି ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଓଲି ଗୁରୁବାର ଅଷ୍ଟମ ଥର ପାଇଁ ଏନସିପିର ବରିଷ୍ଠ ନେତା ମାଧବ କୁମାର ନେପାଳ ଏବଂ ପୁଷ୍ପା କମଲ ଦହଲଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା । ତେବେ ପୂର୍ବଥର ଭଳି ଏଥର ମଧ୍ୟ ବୈଠକର କୌଣସି ଫଳାଫଳ ବାହାରିନଥିବା ନେପାଳ ଗଣମାଧ୍ୟମ ପକ୍ଷରୁ ଜଣାପଡିଛି । ଜୁନ୍ ମାସରେ ଦହଲ ଏବଂ ନେପାଳ ସ୍ଥାୟୀ କମିଟି ସଦସ୍ୟଙ୍କ ସହ ଅଲିଙ୍କୁ 2 ଟି ବିକଳ୍ପ ଦେଇଥିଲେ । ପ୍ରଧାନମନ୍ତ୍ରୀ କିମ୍ବା ଦଳର ଅଧ୍ୟକ୍ଷ ପଦ ବାଛିବାକୁ ଓଲିଙ୍କୁ କହିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଏହାକୁ ମନା କରିଦେଇଥିଲେ ବୋଲି ନେପାଳ ଖବରକାଗରେ ପ୍ରକାଶ ପାଇଛି ।

ତେବେ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନର ହସ୍ତକ୍ଷେପକୁ କିଛିଦିନ ତଳେ ସାର୍ବଜନିନ ହୋଇଥିଲା । ଇତିମଧ୍ୟରେ ନେପାଳରେ ଚୀନ ରାଷ୍ଟ୍ରଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ, ମାଧବ କୁମାର ନେପାଳ, ଅନ୍ୟ ଏନସିପି ନେତାଙ୍କ ସହ ଅନେକ ଥର ବୈଠକ କରିଛନ୍ତି। ତେବେ ଏହି ବୈଠକ ପରେ ନେପାଳର ଶାସକ ଦଳ ତଥା ଏହାର ଆଭ୍ୟନ୍ତରୀଣ ରାଜନୀତିରେ ଚୀନ ନିଜର ପ୍ରଭାବ ପକାଉଛି ବୋଲି ଚର୍ଚ୍ଚା ହେଉଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟ ଦଳକୁ ବିଭାଜନ ପଥରେ ଅଣିଛି ବୋଲି ନେପାଳର ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଷ କରିଛନ୍ତି ।

ତେବେ ଇତି ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ପୁଣି ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ସୋମବାର କହିଥିଲେ, ପ୍ରଭୁ ରାମଚନ୍ଦ୍ର ନେପାଳରେ ଜନ୍ମ ହୋଇଥିଲେ ଅଯୋଧ୍ୟାରେ ନୁହେଁ। ଯାହାକୁ ନେଇ ଭାରତରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା ​​ଏବଂ ବିରୋଧୀ ସଦସ୍ୟମାନେ ମଧ୍ୟ ଅଲିଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିଥିଲେ।

ସେପଟେ ଓଲିଙ୍କ ଏହି ବୟାନକୁ ନେଇ ନେପାଳର ବିରୋଧୀ ଦଳ ନେପାଳ କଂଗ୍ରେସ ମଧ୍ୟ କଡା ସମାଲୋଚନା କରିଛି । ଓଲି ଶାସନ କରିବା ପାଇଁ ନୈତିକ ଏବଂ ରାଜନୈତିକ ଆଧାର ହରାଇଛନ୍ତି ବୋଲି ଦଳର ମୁଖପାତ୍ର ବିଶ୍ୱ ପ୍ରକାଶ ଶର୍ମା କହିଛନ୍ତି। ସେପଟେ ନେପାଳ କଂଗ୍ରେସର ଉପ-ସଭାପତି ବିମଲେନ୍ଦ୍ର ନିଧି ଓଲିଙ୍କ ମନ୍ତବ୍ୟକୁ ଭିତ୍ତିହୀନ, ଅପ୍ରାସଙ୍ଗିକ ଏବଂ ଆପତ୍ତିଜନକ ବୋଲି କହିଛନ୍ତି।

ନେପାଳ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶାସକ ଏନସିପିର ବରିଷ୍ଠ ନେତା ବାମ ଦେବ ଗୌତମ ଓଲିଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି। ଶାସକ ଦଳର ପ୍ରଚାର କମିଟିର ଉପମୁଖ୍ୟ ବିଷ୍ଣୁ ରିଜଲ ଓଲିଙ୍କ ବିରୋଧରେ ଦୃଢ ପ୍ରତିକ୍ରିୟା ଦେଇ କହିଛନ୍ତି, ଉଚ୍ଚ ପଦବୀର ବ୍ୟକ୍ତିଙ୍କ ଏପରି ଅଜ୍ଞାନ ତଥା ଅପ୍ରାସଙ୍ଗିକ ମନ୍ତବ୍ୟ ଦେଶର ସମ୍ମାନକୁ କ୍ଷତି ପହଞ୍ଚାଇବ।

ABOUT THE AUTHOR

...view details