କାଠମାଣ୍ଡୁ:ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ତାଙ୍କ ଦଳରେ ନେତାମାନଙ୍କ ସହିତ ଆଲୋଚନା କରିସାରିବା ପରେ ବିଶ୍ବାସ ମତର ସାମ୍ନା କରିଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସଂସଦର ବୈଠକରେ ଦେଉବା ଆସ୍ଥା ଭୋଟ୍ ଲୋଡିଥିଲେ । ଯେଉଁଥିରେ ସେ ସମୁଦାୟ ୨୭୫ ରୁ ୧୬୩ ଭୋଟରେ ଜିତିଛନ୍ତି । ଏହି ଆସ୍ଥା ଭୋଟ ଶପଥର ୩୦ ଦିନ ଭିତରେ ହିଁ କରିବାକୁ ପଡିଥାଏ ।
ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବାର ଏକ ସପ୍ତାହ ବିତିଯାଇଛି । କେବଳ ଆସ୍ଥା ଭୋଟରେ ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଥିଲା । ବର୍ତ୍ତମାନ ସଂସଦରେ ମୋଟ ୨୭୫ ସଦସ୍ୟ ଅଛନ୍ତି ।