ଓଡିଶା

odisha

ETV Bharat / international

ଆସନ୍ତାକାଲି ଆସିବ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା

ମଙ୍ଗଳବାର ନେପାଳ ସରକାର ଘୋଷଣା କରିବେ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା । ଗତ ବର୍ଷେ ହେଲା ମାପଚୁପ କରୁଥିଲେ ନେପାଳର ବିଶେଷଜ୍ଞ ଦଳ । ଅଧିକ ପଢନ୍ତୁ...

By

Published : Dec 7, 2020, 8:32 AM IST

ଆସନ୍ତାକାଲି ଆସିବ ମାଉଣ୍ଟ ଏଭେରେଷ୍ଟର ନୂଆ ଉଚ୍ଚତା
ଆସନ୍ତାକାଲି ଆସିବ ମାଉଣ୍ଟ ଏଭେରେଷ୍ଟର ନୂଆ ଉଚ୍ଚତା

କାଠମାଣ୍ଡୁ: ଆସନ୍ତାକାଲି(ମଙ୍ଗଳବାର) ଆସିବ ବିଶ୍ବର ସର୍ବୋଚ୍ଚ ଉଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ନୂଆ ଉଚ୍ଚତା । ଅପରାହ୍ନରେ ନେପାଳ ସରକାର ନୂଆ ଉଚ୍ଚତା ଘୋଷଣା କରିବେ । 2015 ଭୂମିକମ୍ପ ପରେ ଉଚ୍ଚତାରେ ପରିବର୍ତ୍ତନ ହୋଇଥିବା ସନ୍ଦେହ କରି ଗତ ବର୍ଷେ ହେଲା ଉଚ୍ଚତା ମାପଚୁପ କରୁଥିଲେ ନେପାଳର ବିଶେଷଜ୍ଞ ଦଳ ।

ମଙ୍ଗଳବାର ନୂଆ ଉଚ୍ଚତା ଘୋଷଣା ସମ୍ପର୍କରେ ରବିବାର ଚୀନର ବିଶେଷଜ୍ଞ ଦଳ ଘୋଷଣା କରିଛନ୍ତି । ତେବେ ଏହି କାର୍ଯ୍ୟରେ ଯେଉଁମାନେ ନିଯୋଜିତ ଥିଲେ ସେମାନଙ୍କୁ ସମ୍ମାନିତ କରାଯିବ ।

2015ରେ ଆସିଥିବା ଭୟଙ୍କର ଭୂମିକମ୍ପରେ ଉଚ୍ଚତାରେ ପରିବର୍ତ୍ତନ ଆସିଥିବା ସନ୍ଦେହ କରାଯାଉଛି । ଯାହାକୁ ଆଖି ଆଗରେ ରଖି ନୂତନ ଉଚ୍ଚତା ମାପିବା ପାଇଁ ସରକାର ସ୍ଥିର କରିଥିଲେ । ତେବେ 1954 ମସିହାରେ ଭାରତ ଦ୍ବାରା ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ମପାଯାଇଥିଲା । ସେତେବେଳେ ଏଭେରେଷ୍ଟର ଉଚ୍ଚତା ଥିଲା 8848 । ଏହାପରେ 1975 ମସିହାରେ ଚୀନ ସର୍ବେକ୍ଷକ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପି 8848.13 ମିଟର ବୋଲି ଜଣାଇଥିଲା ।

ସୂଚନା ଥାଉକି, 2015 ମସିହାରେ ନେପାଳରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯେଉଁଥିରେ ପୁରା ଛାରଖାର ହୋଇଥିଲା ନେପାଳ । ଏହି ଭୂମିକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା ।

@ANI

ABOUT THE AUTHOR

...view details