ଓଡିଶା

odisha

ETV Bharat / international

ସଂସଦ ଭଙ୍ଗ କରି ଅଡୁଆରେ ଓଲି, ନେପାଳ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ - ନେପାଳ ସଂସଦ

ସଂସଦ ଭଙ୍ଗକୁ ନେଇ ନେପାଳ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ...

ସଂସଦ ଭଙ୍ଗ କରି ଅଡୁଆରେ ଓଲି, ନେପାଳ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ
ସଂସଦ ଭଙ୍ଗ କରି ଅଡୁଆରେ ଓଲି, ନେପାଳ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ

By

Published : Dec 25, 2020, 6:36 PM IST

କାଠମାଣ୍ଡୁ: ନେପାଳର ରାଜନୈତିକ ସଙ୍କଟରେ ପଡିପାରୁନି ପୂର୍ଣ୍ଣଛେଦ । ସଂସଦ ଭଙ୍ଗ କରି ନିର୍ବାଚନ ତାରିଖର ମଧ୍ୟ ଘୋଷଣା ହୋଇସାରିଲାଣି । କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି କେପି ଶର୍ମା ଓଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ନୂଆ ସଂସଦୀୟ ଦଳର ନେତା ମଧ୍ୟ ଚୟନ କରିସାରିଲେଣି । ଯାହାକୁ ନେପାଳ ରାଜନୀତିରେ ଏହା ଏକ ବଡ ଘଟଣା କୁହାଯାଇପାରେ । ହେଲେ ଏହାରି ମଧ୍ୟରେ ସଂସଦ ଭଙ୍ଗକୁ ନେଇ ନେପାଳ ସରକାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

ରବିବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିଶ କ୍ରମେ ସଂସଦର ପ୍ରତିନିଧି ସଭାକୁ ଭଙ୍ଗ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଘୋଷଣା କରିଥିଲେ । ଏହାପୂର୍ବରୁ ନେପାଳ ସୁପ୍ରିମକୋର୍ଟ କେପି ଶର୍ମା ଓଲିଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ସମସ୍ତ ଯାଚିକାକୁ ବୁଧବାର ସମ୍ବିଧାନ ପୀଠକୁ ପଠାଇଦେଇଥିଲେ ।

ସେପଟେ କ୍ଷମତା ଉପରେ ନିୟନ୍ତ୍ରଣ ପାଇଁ ନେପାଳ କମ୍ୟୁନିଷ୍ଟ ପାର୍ଟିର 2 ଦଳ ମଧ୍ୟରେ ସଂଘର୍ଷ ଅଧିକ ତୀବ୍ରତର ହୋଇଯାଇଛି । ନେପାଳ ମୁଖ୍ୟ ବିଚାରପତି ଚୋଳେନ୍ଦ୍ର ଏସଜେବି ରାଣାଙ୍କ ଏକକ ପୀଠ ପ୍ରତିନିଧି ସଭା ଭଙ୍ଗ କରିବା ବିରୋଧରେ ଦାଖଲ 12 ଭିନ୍ନ ଭିନ୍ନ ଯାଚିକା ଉପରେ ଏହି ଆଦେଶ ଶୁଣାଇଛନ୍ତି । ସମ୍ବିଧାନ ପୀଠରେ ଏହି ଯାଚିକା ଉପରେ ଶୁକ୍ରବାର ଶୁଣାଣି ହେବ ।

ଓକିଲଙ୍କ ଦଲିଲ

ପ୍ରାରମ୍ଭିକ ଶୁଣାଣି ସମୟରେ ବୁଧବାର ବରିଷ୍ଠ ଆଇନଜୀବୀମାନେ ସମ୍ବିଧାନର ବ୍ୟବସ୍ଥା ଉପରେ ଯୁକ୍ତି ବାଢିଛନ୍ତି ଯେ ବିକଳ୍ପ ସରକାର ଗଠନ ହେବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ଓଲିଙ୍କ ସଂସଦ ଭଙ୍ଗ କରିବାର ଅଧିକାର ନାହିଁ। ଜଣେ ଆବେଦନକାରୀଙ୍କ ଆଇନଜୀବୀ ଦୀନେଶ ତ୍ରିପାଠୀ କହିଛନ୍ତି ଯେ ସମ୍ବିଧାନ ଅନୁଯାୟୀ ଏକ ନୂତନ ଆଦେଶ ବିଲୋପ ହେବା ପୂର୍ବରୁ ଦୁଇ କିମ୍ବା ଅଧିକ ରାଜନୈତିକ ଦଳ ଦ୍ବାରା ବିକଳ୍ପ ସରକାର ଗଠନ ପାଇଁ ଉପାୟ ଅନୁସନ୍ଧାନ କରାଯାଇପାରିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଲି ଅଚାନକ ସଂସଦ ଭଙ୍ଗ କରି ଏକ ବିକଳ୍ପ ସରକାର ଗଠନ ପ୍ରକ୍ରିୟାକୁ ବାଧା ଦେଇ ପାରିବେ ନାହିଁ।

ଓଲିଙ୍କୁ ପଦରୁ ହଟାଯାଇଛି

କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି କେପି ଶର୍ମା ଓଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ନୂଆ ସଂସଦୀୟ ଦଳର ନେତା ଚୟନ କରିଦେଇଛନ୍ତି । ନେପାଳ ରାଜନୀତିରେ ଏହା ଏକ ବଡ ଘଟଣା କୁହାଯାଇପାରେ । ଏହି ଘଟଣା ପରେ କ୍ଷମତାସୀନ ଦଳରେ ପ୍ରଚଣ୍ଡଙ୍କ ପତିଆରା ବୃଦ୍ଧି ପାଇଛି ।

ABOUT THE AUTHOR

...view details