କାଠମାଣ୍ଡୁ: ନେପାଳର ତେଜିଂ ହିଲାରୀ ସ୍ଥିତ ଲୁକ୍ଲା ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ରବିବାର ଘଟିଥିବା ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି। ବିମାନଟି ବିମାନ ବନ୍ଦରରେ ଥିବା ଏକ ହେଲିକପ୍ଟର ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣା ପଡିଛି।
ନେପାଳରେ ବିମାନ ଦୁର୍ଘଟଣା: 2 ମୃତ, 5 ଆହତ - kathmandu
ନେପାଳର ତେଜିଂ ହିଲାରୀ ସ୍ଥିତ ଲୁକ୍ଲା ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି।

ଫାଇଲ ଫଟୋ
ମୃତକଙ୍କ ମଧ୍ୟରୁ ଜଣେ ବିମାନର କୋ-ପାଇଲଟ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀ ବୋଲି ଜଣା ପଡିଛି। ଆହତଙ୍କୁ ଚିକିତ୍ସା ଲାଗି କାଠମାଣ୍ଡୁ ସ୍ଥାନାନ୍ତରିତ କରାଯାଇଛି। ବିମାନଟି ଉଡାଣ ଭରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ସୂଚନା ଯୋଗ୍ୟ, 1964 ରେ ନିର୍ମାଣ ହୋଇଥିବା ଏହି ବିମାନବନ୍ଦରଟି ବିପଦପୂର୍ଣ୍ଣ ସ୍ଥାନରେ ଗଣାଯାଇଥାଏ।