ଓଡିଶା

odisha

ETV Bharat / international

ନେପାଳର କୋରୋନା ହଟସ୍ପଟ ଜିଲ୍ଲା ବଢାଉଛି ଚିନ୍ତା

ନେପାଳ ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟର ସୂଚନାନୁସାରେ ସୋମବାର 8ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ଗୋଟିଏ ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ନେପାଳର କୋରୋନା ହଟସ୍ପଟ ଜିଲ୍ଲା ବଢାଉଛି ଚିନ୍ତା
ନେପାଳର କୋରୋନା ହଟସ୍ପଟ ଜିଲ୍ଲା ବଢାଉଛି ଚିନ୍ତା

By

Published : Apr 22, 2020, 7:03 AM IST

କାଠମାଣ୍ଡୁ: ସୋମବାର ନେପାଳର କୋଭିଡ 19 ହଟସ୍ପଟରୁ ଆଉ ଏକ ମାମଲା ସାମନାକୁ ଆସିଛି । ଜଣେ 33 ବର୍ଷିୟ ବ୍ୟକ୍ତି କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛନ୍ତି । ଫଳରେ ଏହି ହିମାଳୟ ଦେଶରେ ମୋଟ ପଜିଟିଭ ସଂଖ୍ୟା 32 ଛୁଇଁଛି ।

ନେପାଳ ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟର ସୂଚନାନୁସାରେ ସୋମବାର 8ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ଗୋଟିଏ ରିପୋର୍ଟ ପଜିଟିଭ ଆସିଛି । ବାକି 7 ଜଣଙ୍କ ରିପୋର୍ଟ ଖୁବଶିଘ୍ର ଆସିବ । ଏମାନଙ୍କ ଫଳାଫଳ ନେଗେଟିଭ ରହିବ ବୋଲି ମନ୍ତ୍ରଣାଳୟ ଆଶା କରୁଛି ।

ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୀରତନଗରର କୋଶି ପ୍ରାଦେଶିକ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେ ପୂର୍ବ ନେପାଳର ଉଦୟପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏବେ ଯାଏଁ ଉଦୟପୁରକୁ ସରକାର କୋରୋନା ହଟସ୍ପଟ ବୋଲି ଘୋଷଣା କରିଛନ୍ତି । ଏଠାରୁ ସର୍ବାଧିକ 14ଟି ମାମଲା ବାହାରିଛି ।

ଉଦୟପୁରରୁ ବାହାରିଥିବା ପୂର୍ବ ମାମଲାର ଆକ୍ରାନ୍ତ ବିଦେଶରୁ ଆସିଥିବା ସୂଚନା ରହିଛି । ଏମାନଙ୍କ ଦ୍ବାରା ବାକି ସମସ୍ତ ଆକ୍ରାନ୍ତ ପଜିଟିଭ ବାହାରିଥିଲେ । ତେବେ 32 ଜଣ କୋରୋନା ଆକ୍ରାନ୍ତଙ୍କ ଭିତରୁ ଏବେ ସୁଦ୍ଧା 4 ଜଣ ସୁସ୍ଥ ହୋଇଥିବା ନେପାଳ ସରକାର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details