ଡେହରାଡୁନ: ଉତ୍ତରାଖଣ୍ଡର 'ବିବାଦୀୟ' ଅଞ୍ଚଳକୁ ନେପାଳ ନାଗରିକ ଯାତ୍ରା କରିପାରିବେ ବୋଲି କହିଛନ୍ତି ନେପାଳ ସରକାର । ବେଆଇନ ଅନୁପ୍ରବେଶକୁ ନେଇ ଆଶଙ୍କା ପ୍ରକାଶ କରୁଥିବା ଡାର୍ଚୁଲା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଙ୍କ ଚିଠିର ଉତ୍ତରରେ ନେପାଳ କର୍ତ୍ତୃପକ୍ଷ କହିଛନ୍ତି ଯେ ନେପାଳର ଲୋକମାନେ ଉତ୍ତରପ୍ରଦେଶର 'ବିବାଦୀୟ' ଅଞ୍ଚଳକୁ ଯାତ୍ରା କରିପାରିବେ ।
ଖବର ଅନୁଯାୟୀ, ଡାର୍ଚୁଲା ଏସଡିଏମ ଅନିଲ ଶୁକଲା ନେପାଳର ଡାର୍କୁଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ଦର୍ଶାଯାଇଛି ଯେ କିଛି ନେପାଳୀ ସଂଗଠନ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ କାଲାପାନି, ଲିମ୍ପିଆଡୁରା ଏବଂ ଲିପୁଲେଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ।
ତେବେ ଏହାର ଉତ୍ତରରେ, ଡାର୍କୁଲାର ସହକାରୀ ଜିଲ୍ଲା ମୁଖ୍ୟ କହିଛନ୍ତି ଯେ 1816 ମସିହାର ସୁଗୁଲି ଚୁକ୍ତି ଅନୁଯାୟୀ ଏହି ତିନୋଟି ଅଞ୍ଚଳ ନେପାଳର ଅଟେ ଏବଂ ନେପାଳର ନାଗରିକମାନେ ଯେକୌଣସି ସମୟରେ ଏହି ଅଞ୍ଚଳକୁ ଯାତ୍ରା କରିପାରିବେ। ଡାର୍ଚୁଲାର ଆସିଷ୍ଟାଣ୍ଟ ଜିଲ୍ଲା ମୁଖ୍ୟ ଟେକ୍ ସିଂ କୁନୱାର ଏକ ଚିଠି ଜାରି କରି ଦର୍ଶାଇଛନ୍ତି ଯେ ଲିମ୍ପିଆଧୁରା, କୁଟି, ନାବି, ଗୁଞ୍ଜୀ, କାଲାପାନି, ଏବଂ ଲିପୁଲେଖ ନେପାଳର ଅଞ୍ଚଳ, ଯାହାର ନାଗରିକମାନେ ଏହି ଅଞ୍ଚଳରେ ସ୍ୱାଭାବିକ ଭାବରେ ଯାଇପାରିବେ।