ଓଡିଶା

odisha

ETV Bharat / international

ଲକଡାଉନରେ ବଦଳୁଛି ନେପାଳ ବିମାନ ବନ୍ଦରର ରୂପରେଖ

ଭାରତ ପରି ନେପାଳ ମଧ୍ୟ ଖୁବ ଶୀଘ୍ର ଦେଶରେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏନେଇ ଲକଡାଉନର ଜନଶୂନ୍ୟ ସମୟର ସୁଯୋଗ ନେଇ ଦେଶର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରର ବଦଳୁଛି ରୂପରେଖ ।

nepal airport, tribhuban international airport, flight service in nepal, corona effect in nepal, ନେପାଳ ବିମାନବନ୍ଦର, ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର, ନେପାଳରେ ବିମାନ ସେବା, ନେପାଳରେ କୋରୋନା ପ୍ରଭାବ
ଲକଡାଉନରେ ବଦଳୁଛି ନେପାଳ ବିମାନ ବନ୍ଦରର ରୂପରେଖ

By

Published : May 28, 2020, 11:47 PM IST

କାଠମାଣ୍ଡୁ: ଲକଡାଉନ ସମୟରେ ସାରା ବିଶ୍ବ ଏକ ପ୍ରକାର ସ୍ଥିର ହୋଇଯାଇଥିବା ବେଳେ ଏହି ସୁଯୋଗର ଲାଭ ଉଠାଇ ଚାଲିଛି ଅନେକ ମରାମତି କାର୍ଯ୍ୟ । ରାସ୍ତା ଘାଟ ନବୀକରଣ, ବିଦ୍ୟୁତ ସଂଯୋଗ ଆଦି ସହ ଏବେ ବିମାନବନ୍ଦର ରୂପରେଖ ପରିବର୍ତ୍ତନ ମଧ୍ୟ ଏହି ଲକଡାଉନ ମଧ୍ୟରେ ଆରମ୍ଭ ହୋଇଛି । ଭାରତ ପରି ନେପାଳ ମଧ୍ୟ ଖୁବ ଶୀଘ୍ର ଦେଶରେ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏନେଇ ଲକଡାଉନର ଜନଶୂନ୍ୟ ସମୟର ସୁଯୋଗ ନେଇ ଦେଶର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରର ବଦଳୁଛି ରୂପରେଖ ।

ଆଗକୁ ବିମାନ ସେବା ସ୍ବାଭାବିକ ହେବା ମାତ୍ରେ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ନଜର ଦେବାକୁ ହେବ । ଯେପରିକି ବିମାନବନ୍ଦରରେ ଉଭୟ ଘରୋଇ ଅନ୍ତର୍ଜାତୀୟ ଉଡାଣ ପାଇଁ ନିର୍ଦ୍ଦିଷ୍ଟ ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ସାମାଜିକ ଦୂରତାର ସୁବିଧା କରାଯାଇଛି । ଏଥିସହ ବିମାନବନ୍ଦରରେ 3000ମିଟରର ରନ ୱେ ରହିଥିବା ବେଳେ ଲକଡାଉନ ସମୟ ଅବଧି ମଧ୍ୟରେ ଏହାର ଲମ୍ବକୁ 3300 ମିଟରରେ ପରିଣତ କରାଯାଇଛି । ସମାନ ଭାବେ ନୂଆ ପାର୍କିଂ ସ୍ପେଶ ଓ ନୂଆ ଡିପାର୍ଚର ଗେଟ ଆଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଥିବା ଜଣାପଡିଛି ।

ପୂର୍ବରୁ ବିମାନ ବନ୍ଦରରେ 9ଟି ପାର୍କିଂ ସ୍ଥାନ ରହିଥିବା ବେଳେ ଏବେ ଏହି ସଂଖ୍ୟାକୁ ବଢାଇ 13 କରାଯାଇଛି । ସେହିପରି ଡିପାର୍ଚର ଲାଉଞ୍ଜଗୁଡିକୁ ବନ୍ଦ କରାଯାଇ 6ଟି ନୂଆ ଡିପାର୍ଚର ଗେଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ ଆଉ କିଛି ମାସ ପରେ ଆଗନ୍ତୁକ ଯାତ୍ରୀଙ୍କ ପାଇଁ ଏକ ନୂଆ ଗେଟ ତିଆରି ହେବା ନେଇ ସୂଚନା ରହିଛି । ଯେଉଁଥିରେ ହେଲଥ ଡେସ୍କର ସୁବିଧା ରହିବ । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ମୁଖପାତ୍ର ଦେବ ଚନ୍ଦ୍ର ଲାଲ କର୍ଣ୍ଣ ।

@IANS

ABOUT THE AUTHOR

...view details