ଓଡିଶା

odisha

ETV Bharat / international

ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 13 ମହିଳା ସାମିଲ - ନେପାଳ କୋଭିଡ 19 ପଜିଟିଭ

ସୋମବାର ବାହାରିଥିବା 239 ଜଣଙ୍କ ମଧ୍ୟରୁ 13 ଜଣ ମହିଳା ରହିଛନ୍ତି । ଏତେ ସଂଖ୍ୟାରେ ମହିଳା ଗୋଟିଏ ଦିନରେ ଆଗରୁ ପଜିଟିଭ ବାହାରିନଥିଲେ । ଅଧିକ ପଢନ୍ତୁ...

ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 13 ମହିଳା ସାମିଲ
ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 13 ମହିଳା ସାମିଲ

By

Published : Jun 1, 2020, 9:18 PM IST

କାଠମାଣ୍ଡୁ: ନେପାଳରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଗତ 24 ଘଣ୍ଟାରେ ଏଠାରେ 239 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ବାହାରିନଥିଲେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଫଳରେ ଏହି ହିମାଳୟ ଦେଶରେ ମୋଟ୍ କୋରୋନା ଆକ୍ରାନ୍ତ 2000 ଅଭିମୁଖେ ଆଗେଇଛି । ଏପର୍ଯ୍ୟନ୍ତ ଏଠାରେ ମୋଟ୍ 1798ଟି କେସ ବାହାରିଛି । ଏହାସହ ଏବେ ଯାଏଁ 8 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 221 ଜଣ ସୁସ୍ଥ ହୋଇ ଛାଡ ପାଇଛନ୍ତି । ସୋମବାର 2 ଜଣ ସୁସ୍ଥ ହୋଇଥିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ମୋଟ୍ 71 ହଜାର 903 ଲୋକଙ୍କର କୋରୋନା ସାମ୍ପଲ ଟେଷ୍ଟ ସରିଥିବା ଜଣାପଡିଛି ।

ସୋମବାର ବାହାରିଥିବା 239 ଜଣଙ୍କ ମଧ୍ୟରୁ 13 ଜଣ ମହିଳା ରହିଛନ୍ତି । ଏତେ ସଂଖ୍ୟାରେ ମହିଳା ଗୋଟିଏ ଦିନରେ ଆଗରୁ ପଜିଟିଭ ବାହାରିନଥିଲେ । ଦୈଲେଖ ଜିଲ୍ଲାରେ ସର୍ବାଧିକ 41 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସରଲାହିରେ 38, ଜୁମଲାରେ 19, ରାଉଟହାଟରେ 18, କୟିଲାଲିରେ 14 ଏବଂ କପିଳବାସ୍ତୁରେ 10 ଜଣ ପଜିଟିଭ ସ୍ପଷ୍ଟ ହୋଇଛନ୍ତି ।

ପୂର୍ବରୁ ଜୁନ୍ 14 ଯାଏଁ ଦେଶରେ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହା ଜୁନ୍ 2ରେ ଶେଷ ହେଉଥିଲା । ହେଲେ ପରିସ୍ଥିତି ଦେଖି ଗତ ଶନିବାର ଏହାକୁ ବଢାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ସେହିପରି ଜୁନ୍ ଶେଷ ଯାଏଁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିଛି ।

ABOUT THE AUTHOR

...view details