ଓଡିଶା

odisha

ETV Bharat / international

କୋରୋନା ଆକ୍ରାନ୍ତ ବଢିବା ପ୍ରସଙ୍ଗ: ବୟାନ ବଦଳାଇଲେ ନେପାଳ ପ୍ରଧାନମନ୍ତ୍ରୀ - Nepal Prime Minister

ଓଲି କହିଛନ୍ତି ଯେ ଭାରତରୁ ଆସୁଥିବା ନେପାଳୀ ପ୍ରବାସୀ ଶ୍ରମିକଙ୍କୁ ଭାରତ-ନେପାଳ ସୀମାରେ ସଠିକ୍ ଭାବେ ଚେକିଂ କରାଯାଉନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ସୀମାରେ କୋରୋନା ଚେକିଂ କଡାକଡି ହେବା ଉଚିତ । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ବଢିବା ପ୍ରସଙ୍ଗ: ବୟାନ ବଦଳାଇଲେ ନେପାଳ ପ୍ରଧାନମନ୍ତ୍ରୀ
କୋରୋନା ଆକ୍ରାନ୍ତ ବଢିବା ପ୍ରସଙ୍ଗ: ବୟାନ ବଦଳାଇଲେ ନେପାଳ ପ୍ରଧାନମନ୍ତ୍ରୀ

By

Published : May 26, 2020, 12:59 AM IST

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ସୀମା ବିବାଦ ଦେଖାଦେବା ପରଠାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିଛି । ନିକଟରେ କୋରୋନା ଆକ୍ରାନ୍ତ ବୃଦ୍ଧି ନେଇ ଭାରତକୁ ଦାୟୀ କରିଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ବୟାନ ବଦଳାଇଛନ୍ତି । ସୋମବାର ଦେଶବାସୀଙ୍କୁ ସମ୍ବୋଧନବେଳେ ସେ ନିଜ ପୂର୍ବ ବୟାନରୁ ଓହରିଛନ୍ତି । ଏହାସହ ଆକ୍ରାନ୍ତ ବୃଦ୍ଧି ପାଇଁ ଚେକିଂର ଅଭାବ ଦାୟୀ ବୋଲି କହିଛନ୍ତି ।

ଓଲି କହିଛନ୍ତି ଯେ ଭାରତରୁ ଆସୁଥିବା ନେପାଳୀ ପ୍ରବାସୀ ଶ୍ରମିକଙ୍କୁ ଭାରତ-ନେପାଳ ସୀମାରେ ସଠିକ୍ ଭାବେ ଚେକିଂ କରାଯାଉନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ସୀମାରେ କୋରୋନା ଚେକିଂ କଡାକଡି ହେବା ଉଚିତ । କିନ୍ତୁ ଭାରତ-ନେପାଳ ସୀମାରେ ଏହା ଉପଯୁକ୍ତ କାର୍ଯ୍ୟକାରୀ ହେଉନଥିବାରୁ ପ୍ରବାସୀ ଶ୍ରମିକଙ୍କ ପଜିଟିଭ ସମ୍ପର୍କରେ ଜଣାପଡୁନାହିଁ । ଫଳରେ ଦେଶରେ ଅଧିକ ମାତ୍ରାରେ କୋରୋନା ଆକ୍ରାନ୍ତ ବୃଦ୍ଧି ପାଉଛନ୍ତି ବୋଲି ଓଲି କହିଛନ୍ତି ।

ପୂର୍ବରୁ ନେପାଳ ସଂସଦରେ ଉଦବୋଧନ ଦେବାବେଳେ ଓଲି କହିଥିଲେ ଯେ ଭାରତରୁ ଆସୁଥିବା ଶ୍ରମିକଙ୍କ ଯୋଗୁଁ ଦେଶରେ କୋଭିଡ-19 ପଜିଟିଭ ବଢି ଚାଲିଛି । ଏଥିପାଇଁ ପଡୋଶୀ ରାଷ୍ଟ୍ରକୁ ଦାୟୀ କରିଥିଲେ ନେପାଳ ପ୍ରଧାନମନ୍ତ୍ରୀ । ପ୍ରକାଶ ଥାଉ କି ନେପାଳରେ ଏବେ କୋରୋନା ଆକ୍ରାନ୍ତ ଗତ ମାସେ ମଧ୍ୟରେ 500 ପାର କରିଲାଣି ।

ABOUT THE AUTHOR

...view details