ଓଡିଶା

odisha

ETV Bharat / international

ପଦ ରକ୍ଷା ପାଇଁ ସେନାର ସାହାଯ୍ୟ ନେବେ ନେପାଳ ପ୍ରଧାନମନ୍ତ୍ରୀ ! - ନେପାଳ ପ୍ରଧାନମନ୍ତ୍ରୀ

ରବିବାର ନେପାଳର ସେନା ମୁଖ୍ୟ ଜେନେରାଲ ପୁର୍ଣ୍ଣ ଚନ୍ଦ୍ର ଥାପାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓଲି । ସେ ସେନା ସାହାଯ୍ୟରେ ନିଜ ଆସନ ବଞ୍ଚାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

By

Published : Jul 5, 2020, 6:50 PM IST

କାଠମାଣ୍ଡୁ: ଘନେଇବାରେ ଲାଗିଛି ନେପାଳର ରାଜନୈତିକ ସଙ୍କଟ । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଉପରେ ଇସ୍ତଫାର ଚାପ ବଢିବାରେ ଲାଗିଛି । ଇତି ମଧ୍ୟରେ ରବିବାର ନେପାଳର ସେନା ମୁଖ୍ୟ ଜେନେରାଲ ପୁର୍ଣ୍ଣ ଚନ୍ଦ୍ର ଥାପାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓଲି । ତେବେ ଏହାପର ଠାରୁ ବିଭିନ୍ନ ଆକଳନ ଲଗାଯାଉଛି । ଓଲି ସେନା ସାହାଯ୍ୟରେ ନିଜ ଆସନ ବଞ୍ଚାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ନେପାଳରେ ପାକିସ୍ତାନ ଭଳି ସରକାର ଚଳାଇବାର ପ୍ରୟାସ ହେଇପାରେ ବୋଲି ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ପୁଷ୍ପ କମଲ ଦହଲ କହିଥିଲେ । ତେବେ ନିଜ ଦଳ ପକ୍ଷରୁ ଇସ୍ତଫା ଦାବି ମଧ୍ୟରେ ଓଲି କୌଣସି ବଡ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି । ନେପାଳର ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଓଲି ଶାସନ କ୍ଷମତାରେ ବଜାୟ ରହିବା ପାଇଁ ଏଭଳି କିଛି ପଦକ୍ଷେପ ମଧ୍ୟ ନେଇପାରନ୍ତି ଯାହା ପୂର୍ବରୁ କେହି ଭାବିନଥିବେ । ଖୋଦ ଓଲି ମଧ୍ୟ ଶନିବାର ଏନେଇ ସଙ୍କେତ ଦେଇଥିଲେ । 2 ଦିନ ମଧ୍ୟରେ କୌଣସି ବଡ ନିଷ୍ପତ୍ତି ନିଆଯିବ । ଆପଣମାନେ କାହାକୁ ସମର୍ଥନ କରିବେ ସେନେଇ ନିଷ୍ପତ୍ତି କରିନିଅନ୍ତୁ ବୋଲି ମନ୍ତ୍ରୀଙ୍କ ସହ ବୈଠକରେ କହିଥିଲେ ଓଲି ।

ସୂଚନାଯୋଗ୍ୟ ଯେ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଦଳରେ ମଧ୍ୟ ଏହାକୁ ନେଇ ବିଭାଜନ ଦେଖାଦେଇଛି। ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେପଟେ କୁଶାସନ ଭ୍ରଷ୍ଟାଚାର ଏବଂ କୋରୋନା ସଂକ୍ରମଣ ରୋକିବା ଦିଗରେ ବିଫଳକୁ ନେଇ ଓଲିଙ୍କ ବିରୋଧରେ ଜନତାଙ୍କ ମଧ୍ୟରେ ଆକ୍ରୋଶ ରହିଛି । ଏଥିପାଇଁ ସେ ନିଜ ଦଳର ମଧ୍ୟ ଭରଷା ହରାଇଛନ୍ତି ।

ABOUT THE AUTHOR

...view details