ଓଡିଶା

odisha

By

Published : Jul 1, 2020, 7:47 PM IST

ETV Bharat / international

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଛାତିରେ ଯନ୍ତ୍ରଣା

ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କୁ କାଠମାଣ୍ଡୁର ଶହୀଦ ଗଙ୍ଗାଲାଲ ନ୍ୟାସନାଲ ହାର୍ଟ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ...

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଛାତିରେ ଯନ୍ତ୍ରଣା
ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଛାତିରେ ଯନ୍ତ୍ରଣା

କାଠମାଣ୍ଡୁ: ଦଳୀୟ ନେତା ଇସ୍ତଫା ମାଗିବାର ଗୋଟିଏ ଦିନ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ବୁଧବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କାଠମାଣ୍ଡୁର ଶହୀଦ ଗଙ୍ଗାଲାଲ ନ୍ୟାସନାଲ ହାର୍ଟ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଚେକଅପ୍‌ ପରେ ସେ ଫେରିଆସିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ସୂର୍ଯ୍ୟ ଥାପ୍ପା ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପାଧ୍ୟକ୍ଷ କମଲ ଦହଲ ପ୍ରଚଣ୍ଡ ଓ ଅନ୍ୟ ନେତାମାନେ ବିଭିନ୍ନ ସମସ୍ୟା ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ମାଗିଥିଲେ । ମଙ୍ଗଳବାର ଦଳର ସ୍ଥାୟୀ ସମିତି ବୈଠକରେ ପ୍ରଚଣ୍ଡଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାଧବ ନେପାଳ, ଝାଲାନାଥ ଖନାଲ ଓ ବାମଦେବ ଗୌତମ ଆଦି ଓଲିଙ୍କୁ ଇସ୍ତଫା ଦେବାକୁ କହିଥିଲେ । ତେବେ ଏହି ଇସ୍ତଫା ଚାପରେ ଓଲି ଛାତି ଯନ୍ତ୍ରଣାର ନାଟକ କରିପାରିଥାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details