ଓଡିଶା

odisha

ETV Bharat / international

ନେପାଳ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିଲା କୋରୋନା - nepal prime minister

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସରକାରୀ ବାସଭବନରେ କୋରୋନା ସଂକ୍ରମଣ । ପ୍ରଧାନମନ୍ତ୍ରୀ ଓଲିଙ୍କ ବ୍ୟକ୍ତିଗତ ଡାକ୍ତର, ତାଙ୍କର ତିନି ପରାମର୍ଶଦାତା, ବ୍ୟକ୍ତିଗତ ସଚିବ ଏବଂ 76 ସୁରକ୍ଷା କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ନେପାଳ ପ୍ରଧାନମନ୍ତ୍ରୀ
ନେପାଳ ପ୍ରଧାନମନ୍ତ୍ରୀ

By

Published : Oct 4, 2020, 12:42 PM IST

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସରକାରୀ ବାସଭବନରେ କୋରୋନା ସଂକ୍ରମଣ । ପ୍ରଧାନମନ୍ତ୍ରୀ ଓଲିଙ୍କ ବ୍ୟକ୍ତିଗତ ଡାକ୍ତର, ତାଙ୍କର ତିନି ପରାମର୍ଶଦାତା, ବ୍ୟକ୍ତିଗତ ସଚିବ ଏବଂ 76 ସୁରକ୍ଷା କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ନେପାଳର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଏହା ପ୍ରକାଶ କରାଯାଇଛି ।

ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଚିକିତ୍ସକ ଡ଼ଃ ଦିବ୍ୟା ଶାହା କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ସମସ୍ତଙ୍କ PCR ପରୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓଲିଙ୍କ ମୁଖ୍ୟ ରାଜନୈତିକ ପରାମର୍ଶଦାତା ବିଷ୍ଣୁ ରିମାଲ ଶନିବାର କୋରୋନା ପଜିଟିଭ୍ ବିଷୟରେ ସୂଚନା ଦେଇଛନ୍ତି। କିଛି ମିନିଟ୍ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଲିଙ୍କ ପ୍ରେସ ପରାମର୍ଶଦାତା ସୂର୍ଯ୍ୟ ଥାପା, ବୈଦେଶିକ ବ୍ୟାପାର ପରାମର୍ଶଦାତା ରାଜନ ଭଟ୍ଟରାଇ ଏବଂ ତାଙ୍କ ବ୍ୟକ୍ତିଗତ ଫଟୋଗ୍ରାଫର ରାଜନ କାଫଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କୋରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ।

ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବେସରକାରୀ ସଚିବ ଇନ୍ଦ୍ର ଭଣ୍ଡାରୀଙ୍କ ସମେତ ବାସଗୃହର ନିରାପତ୍ତାରେ ନିୟୋଜିତ 76 ସୁରକ୍ଷା କର୍ମୀଙ୍କ କୋରୋନା ପରୀକ୍ଷା ପଜିଟିଭ୍ ଆସିଲା ଏଥିରେ ନେପାଳ ସେନାର 28 ଜଣ କମାଣ୍ଡୋ, ନେପାଳ ପୋଲିସର 19 ଜଣ ଅଧିକାରୀ, ସଶସ୍ତ୍ର ଗୁଇନ୍ଦା ବାହିନୀର 27 ଜଣ ଏବଂ ଗୁପ୍ତଚର ବିଭାଗର 2 ଜଣ ଅଛନ୍ତି ।

ଗତ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୁଇଥର କ୍ୟାବିନେଟ୍ ବୈଠକ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଏଥି ସହିତ ଶାସକ ଦଳର କାର୍ଯ୍ୟନିର୍ବାହୀ ସଭାପତି ପୁଷ୍ପକମଲ ଦହଲ୍ ପ୍ରଚଣ୍ଡ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।

ABOUT THE AUTHOR

...view details