କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କ୍ୟାବିନେଟ ପୁନଃଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ସେ ଦଳୀୟ ନେତାମାନଙ୍କ ସହ ପରାମର୍ଶ ନେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।
ଓଲି ଦଳୀୟ ନେତାଙ୍କ ସହ ସେକ୍ରେଟେରିଏଟ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବା କଥା ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି ଯେ ‘ଆଲୋଚନା ପାଇଁ ପ୍ରସଙ୍ଗ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଆସିଥିବା ମଧ୍ୟ କୁହାଯାଇଛି। ପ୍ରଧାନମନ୍ତ୍ରୀ ସଚିବାଳୟର ସଦସ୍ୟଙ୍କ ସହ ଆଲୋଚନା କରିବେ ଓ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ପ୍ରସ୍ତୁତ ହେବା ପାଇଁ ମନ୍ତ୍ରୀମାନଙ୍କୁ ଜଣାଇବେ ।’
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ଯେ, ଓଲି ସୋମବାର ଅପରାହ୍ନରେ କ୍ୟାବିନେଟ ବୈଠକରେ ଡକାଇଥିବା ବେଳେ ଏଥିରେ ବାଧ୍ୟତାମୂଳକ ଭାବେ ସମସ୍ତ ମନ୍ତ୍ରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି ।