କାଠମାଣ୍ଡୁ: ନେପାଳରେ ଆଉ 12 ଦିନ ଅଧିକ ବଢିଛି ଲକଡାଉନ ଅବଧି । ପୂର୍ବରୁ ଜୁନ୍ 2 ଯାଏଁ ଥିବା କଟକଣା ଏବେ ଜୁନ୍ 14 ଯାଏଁ ଲାଗୁ ହୋଇଛି । ଶନିବାର ଏକ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନେପାଳ ସରକାର ।
ନେପାଳରେ 12 ଦିନ ବଢିଲା ଲକଡାଉନ, ଜୁନ୍ 14 ଯାଏଁ କଟକଣା - ନେପାଳ କୋରୋନା ଅପଡେଟ
ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀଏଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରବିବାର ଏହା ଉପରେ ଆନୁଷ୍ଠାନିକ ଘୋଷଣା ହେବ । ଅଧିକ ପଢନ୍ତୁ...
ନେପାଳରେ 12 ଦିନ ବଢିଲା ଲକଡାଉନ, ଜୁନ୍ 14 ଯାଏଁ କଟକଣା
ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀଏଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରବିବାର ଏହା ଉପରେ ଆନୁଷ୍ଠାନିକ ଘୋଷଣା ହେବ । ସରକାରଙ୍କ ମୁଖପାତ୍ର ଯୁବରାଜ ଖାତିୱାଡା ଲକଡାଉନ ବଢିବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଯେଉଁ ଅଞ୍ଚଳରେ ଅଧିକ କୋଭିଡ 19 କେସ ବାହାରିଛି ସେଠାରେ ନେପାଳ ସରକାର ସେନା ମୁତୟନ କରିବାକୁ ସ୍ଥିର କରିଛନ୍ତି ।
ନେପାଳରେ ଏବେ ଯାଏଁ 1401 ଆକ୍ରାନ୍ତ ଏବଂ 6 ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି । ସେହିପରି 219 ଜଣ ସୁସ୍ଥ ହୋଇଛନ୍ତି । ଜୁନ୍ 30 ପୂର୍ବରୁ ସରକାର ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରିଛନ୍ତି ।