ଓଡିଶା

odisha

ETV Bharat / international

ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 1000 ଟପିଲା ସଂଖ୍ୟା - Nepal covid 19 positives

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ 170 ନୂଆ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 1000 ଟପିଲା ସଂଖ୍ୟା
ନେପାଳରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ, 1000 ଟପିଲା ସଂଖ୍ୟା

By

Published : May 29, 2020, 11:05 PM IST

କାଠମାଣ୍ଡୁ: ଲଗାତାର କୋରୋନା ମାମଲାରେ ବୃଦ୍ଧି ପାଇବା ସହ ନେପାଳରେ ଆକ୍ରାନ୍ତ ସଂଖ୍ୟା 1000 ପାର କରିଛି । ମେ ମାସରେ ବିପୁଳ ପରିମାଣରେ ପଜିଟିଭ ବାହାରିବାରେ ଲାଗିଥିଲେ । ପୂର୍ବରୁ ଏପ୍ରିଲରେ ଶହେ ତଳେ ଥିବା ଏହି ହିମାଳୟ ଦେଶରେ ଏବେ କୋରୋନା ମାମଲା 1000 ଉପରେ ପହଞ୍ଚିଛି ।

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ 170 ନୂଆ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ କୋରୋନା ଆକ୍ରାନ୍ତ । ଫଳରେ ନେପାଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1200 ପହଞ୍ଚିଛି । ଲଗାତାର ଦ୍ବିତୀୟ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 100 ଉପରେ ରହିଛି । ପୂର୍ବରୁ ଗୁରୁବାର 156ଟି ନୂଆ କେସ ବାହାରିଥିଲା । ସେହିପରି ଶୁକ୍ରବାର ଭାରତରୁ ଫେରିଥିବା ଜଣେ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ଷଷ୍ଠ କୋରୋନା ମୃତ୍ୟୁ ସ୍ପଷ୍ଟ ହୋଇଛି । ତେବେ ଏପର୍ଯ୍ୟନ୍ତ ଦେଶରେ ମୋଟ୍ 187 ଜଣ ସୁସ୍ଥ ହୋଇସାରିଛନ୍ତି ।

ନେପାଳରେ ବାହାରିଥିବା ନୂଆ କୋରୋନା କେସରୁ 5 ଜଣ ମହିଳା ଅଛନ୍ତି । ବାକି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ 4 ବର୍ଷ ବାଳକରୁ 70 ବର୍ଷ ପର୍ଯ୍ୟନ୍ତ ବୟସ୍କ ଅଛନ୍ତି । ଶୁକ୍ରବାର ନୂଆ ମାମଲାରୁ ରାଉଟହାଟରେ ସର୍ବାଧିକ 57 କେସ ସ୍ପଷ୍ଟ ହୋଇଛି । ଏହାପରେ କପିଳଭାସ୍ତୁରେ 51, ଝାପାରେ 28 ରହିଛନ୍ତି । ଗୁରୁବାର 19ଟି ଜିଲ୍ଲାରୁ ଆକ୍ରାନ୍ତ ବାହାରିଥିଲେ । ଏଥିମଧ୍ୟରେ ମାଉଣ୍ଟ ଏଭେରେଷ୍ଟ ଥିବା ସଲୂଖୁମ୍ଭୂ ଜିଲ୍ଲା ମଧ୍ୟ ସାମିଲ ଥିଲା । ଧନୁଶରେ ସର୍ବାଧିକ 29 ପଜିଟିଭ ବାହାରିଥିଲେ । ସେହିପରି ଝାପାରେ 25, ରାଉଟହାଟରେ 20, ମାହାତ୍ତୋରୀରେ 17, ସପ୍ତାରୀରେ 14 ଏବଂ ସୁରଖେଟରେ 13ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ABOUT THE AUTHOR

...view details